ବୁଥ ସ୍ତରୀୟ  ଅଧିକାରୀମାନଙ୍କୁ ପ୍ରଶିକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ପକ୍ଷରୁ ବୁଥ ସ୍ତରୀୟ ଅଧିକାରୀମାନଙ୍କର ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୩ରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ଜୁଲାଇ ୮ରେ ସଂପନ୍ନ ହୋଇଛି । ମାଷ୍ଟର ଟ୍ରେନର ବିରମିତ୍ରପୁର ଓ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଛନ୍ତି । ସ୍ଥାନୀୟ ମ୍ୟୁନିସିପାଲ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି  ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ନିର୍ବାଚନ ମଣ୍ଡଳୀର ୪୯୮ ବିଏଲଓ ପ୍ରଶିକ୍ଷଣ ନେଇଛନ୍ତି ନିର୍ବାଚନରେ ମତଦାନ ପ୍ରକିୟା ସରଳ ଓ ତ୍ରୁଟି ଶୂନ୍ୟ କରିବା ପାଇଁ  ଅଧିକାରୀମାନଙ୍କୁ ବିଏଲଓର ଭୂମିକା, ଘରେ ଘରେ ବୁଲି ଭୋଟର ତାଲିକା ସଂଶୋଧନ, ନୂତନ ଭୋଟରଙ୍କ ନାମ ପଂଜିକରଣ, ଫର୍ମ ୬, ୭, ୮ ପୂରଣ କରିବା , ବିଏଲଓ ଆପ ସହିତ ଭୋଟର ହେଲପ ଲାଇନର ବ୍ୟବହାର କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷଣ ପ୍ରଦାନ ପରେ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସାର୍ଟିିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା । ପାନପୋଷ ଉପ ଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସେ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷଣ କାର୍ଯ୍ୟ ନୀରିକ୍ଷଣ କରିଥିଲେ ।

jittmm
Leave A Reply

Your email address will not be published.