oom

ଆସନ୍ତା ୬ରୁ ୧୦ ଯାଏଁ ବେଦବ୍ୟାସରେ ତ୍ରିତାପ ହରଣ ଶାନ୍ତି ମହାଯଜ୍ଞ ଶୁଭାରମ୍ଭ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆସନ୍ତା ୬ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲା ଠାରେ ତ୍ରିତାପ ହରଣ ଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହେବାକୁ ଯାଉଛି । ମହାଯଜ୍ଞ ଆୟୋଜନ କମିଟିର ସଭାପତି କଳ୍ପତରୁ ବିଶ୍ୱାଳ, ଉପସଭାପତି ସୁଶାନ୍ତ କୁମାର ନାୟକ ଓ ରଶ୍ମିରଞ୍ଜନ ନାୟକ, ସମ୍ପାଦକ ରଜତ ମହାପାତ୍ର, ସହ ସମ୍ପାଦକ ସିଦ୍ଧାର୍ଥ ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଭବେନ୍ଦ୍ର ମାଝୀ ପ୍ରମୁଖ ବେଦବ୍ୟାସଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ କହିଲେ ଯେ ବିଶ୍ଵ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ, ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ, କ୍ଷିତି ଜ୍ୟୋତି ଆଶ୍ରମ, ସ୍ୱର୍ଣ୍ଣକ୍ଷେତ୍ର, ମାହାଙ୍ଗା, କଟକ ଆନୁକୁଲ୍ୟରେ ରାଉରକେଲା ଶାଖା, ସେକ୍ଟର -୮ ଦ୍ୱାରା ଆୟୋଜିତ, ତ୍ରିତାପ ହରଣ ଶାନ୍ତି ମହାଯଜ୍ଞ ଯାହାକି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ଵାରା “ଭବିଷ୍ୟ ପରାର୍ଦ୍ଧ (ମୁନି କଳ୍ପ ) ” ମାଳିକା ବର୍ଣ୍ଣିତ ଆସନ୍ତା ୬ ତାରିଖ ରବିବାର ଅପରାହ୍ନ ୩ ଘଟିକା ସମୟରେ ବେଦ ପାଠ, ନାମ ସଂକୀର୍ତ୍ତନ ଘଣ୍ଟ ଘଣ୍ଟା, ବାଜା, ବାଣ ଓ ସହସ୍ର ଭକ୍ତ ଗଣଙ୍କ ସହ କଳସ ଶୋଭାଯାତ୍ରା ବେଦବ୍ୟାସ ମୁଖ୍ୟ ଦ୍ୱାର ଠାରୁ ଆରମ୍ଭ ହୋଇ, ତ୍ରିବେଣୀ ସଙ୍ଗମ ସ୍ଥଳରୁ ଜଳ ଉତ୍ତୋଳନ କରି ଯଜ୍ଞ ସ୍ଥଳରେ ସମାପନ ହେବ । ୭ ତାରିଖ ପ୍ରାତଃ ଅଖଣ୍ଡ ନାମ ସଂକୀର୍ତ୍ତନ, ସର୍ବ ଦେବା ଦେବୀ ପୂଜା ସହିତ ଯଜ୍ଞାହୂତୀ ପ୍ରଦାନ କରାଯିବ । ସନ୍ଧ୍ୟା ସମୟରେ ସନାତନୀ କେତକୀ ଉତ୍ତୋଳନ ସହିତ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି ( ପ୍ରାର୍ଥନା ଚ୍ୟାନେଲ ) ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ୮ ତାରିଖ ସନ୍ଧ୍ୟାରେ ଭକ୍ତି ବିନୋଦ ବିପିନି ବିହାରୀ ଓ ହିନ୍ଦୀ କଥାବାଚକ ଅନିଲ ଚାୱଲା (ଚଣ୍ଡିଗଡ) ଙ୍କ ଦ୍ୱାରା ସତସଙ୍ଗ କାର୍ଯ୍ୟକ୍ରମ ହେବ । ୯ ତାରିଖର ଅନ୍ତିମ ସନ୍ଧ୍ୟାରେ କେଶବଦାସ ଦ୍ୱିତୀକୃଷ୍ଣ ( କୁନି ପ୍ରବଚକ ) ଓ ସତ୍ୟଚୈତନ୍ୟ ଦାସ ( ସୁନୀଲ ବାବା ) ଙ୍କ ପ୍ରବଚନ କାର୍ଯ୍ୟକ୍ରମ ହେବାର ସ୍ଥିରୀକୃତ ହୋଇଛି । ୧୦ ତାରିଖ ( ଗୁରୁବାର ) ଦିନ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ, ସନାତନୀ କେତନୀ ଅବତରଣ ସହିତ ଶାନ୍ତି ପାଠ ଓ ବିରତି ଘୋଷଣା କରାଯିବ । ସମସ୍ତ ସଦାତ୍ମା ଦିବ୍ୟାତ୍ମା ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ନିବେଦନ କରାଯାଇଛି ଯେ ଏ ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ନିଜର ଜନ୍ମ ଜୀବନକୁ ଧନ୍ୟ କରନ୍ତୁ । ଏ ଯଜ୍ଞର ବିଶେଷ ମହତ୍ତ୍ୱ ଏହି କି ଯେ, ବ୍ୟାସ ଗୁରୁ ପୂର୍ଣ୍ଣିମା ଦିନ ଯୁଗ ଯୁଗରୁ ସ୍ଥିର ହୋଇଥିବା ବ୍ୟାସ କୁମ୍ଭ ରେ ବୁଡ଼ ପକାଇ ନିଜ ନିଜର କୋଟି ଜନ୍ମର ପାପ ତାପକୁ ହରଣ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମ ପରିଚାଳନା ରେ ଦୈତାରୀ ସାହୁ, ପ୍ରଶାନ୍ତ କୁମାର ଜେନା ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.