csstore

ଯୁବ କୁଲୁତା ସମାଜ ତରଫରୁ ବନ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଲୋଇସିଂହା ବ୍ଲକ ତଲିଉଡାର ଗ୍ରାମର ଚିନ୍ତାମଣି ଉଚ୍ଚ ବିଦ୍ୟାଳୟ ସ୍କୁଲ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ସଭାପତି ନାରାୟଣ ସାହୁ, ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ର, ଯୁବ କୁଲୁତା ସମାଜ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଆକାଶ ବିଶ୍ୱାଲ, ସଦସ୍ୟ ରଘୁନାଥ ସାହୁ, ଶ୍ରୀପତି ବିଶ୍ୱାଲ, ମୁକେଶ ପ୍ରଧାନ, ସନତ ସାହୁ, ମଣ୍ଟୁ ସାହୁ, ନିଳାଚଳ ପାତ୍ର, ନେତାଜୀ ଗଡତ୍ୟା, ଜାମବେଦ ବିଶ୍ୱାଲ, ଅଗଦଲ ଗଡତ୍ୟା, ଜୟ କୁମାର ସାହୁ, ଧରଣୀ ସାହୁ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସମସ୍ତ ଛାତ୍ରଛାତ୍ରୀ ନିଜ ବାଡିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାର ଯତ୍ନ ନେବା ପାଇଁ ପରିବେଶ ପ୍ରେମୀ ଅସୀମ ଭୋଇ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୫୦ଟି ଚାରା ରୋପଣ କରାଯାଇଥିବା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.