oom

ଓଡ଼ିଆ ଭାଷା ବିକାଶ ମଞ୍ଚର ଅପ୍ରତିଦ୍ଵନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକ ବରେଣ୍ୟ ଆଲୋଚକ ରୂପେ ଯୋଗଦେଇ ସୁରେନ୍ଦ୍ର ମହାନ୍ତି ଏଯାବତ୍ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅପ୍ରତିଦ୍ଵନ୍ଦୀ କଥାକାର, ଔପନ୍ୟାସିକ, ସୁଦକ୍ଷ ସମ୍ପାଦକ, ସମାଲୋଚକ, ଶ୍ରେଷ୍ଠ କଥା ଶିଳ୍ପୀର ଉତ୍ତୁଙ୍ଗ ସମ୍ମାନର ଅଧିକାରୀ ବୋଲି କହିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର କହିଲେ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଚିତ୍ର ତାଙ୍କରି ବଳିଷ୍ଠ ଲେଖନୀରେ ଫୁଟି ଉଠିଛି । ନିରୋଳା ଗଦ୍ୟ ସୃଷ୍ଟିକରି ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ୱାକ୍ଷର ଛାଡ଼ି ଯାଇଛନ୍ତି । ଓଡ଼ିଆ କ୍ଷୁଦ୍ର ଗଳ୍ପ ତାଙ୍କ ହାତର ସ୍ପର୍ଶରେ ପାଇଛି ଅଭିନବ ମର୍ଯ୍ୟାଦା, ସମାଲୋଚନା କ୍ଷେତ୍ର ପାଇଛି ନୂତନ ଦିଗଦର୍ଶନ । ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ, ପ୍ରବନ୍ଧ ସମଗ୍ରରେ ଆମେ ଦେଖୁ ବିଶାଳତାର ଛାପ । ତାଙ୍କର ସୃଷ୍ଟି ଥିଲା ଅଜସ୍ରସ୍ରାବୀ ବୋଲି ଶ୍ରୀ ମହାପାତ୍ର କହିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରଭାତୀ ମହାନ୍ତ ସୁରେନ୍ଦ୍ର ମହାନ୍ତିଙ୍କ ସାମାଜିକ , ରାଜନୈତିକ ଜୀବନ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ରଶ୍ମିବାଳା ମହାପାତ୍ର ସଭାପତୀୟ ଅଭିଭାଷଣରେ କହିଲେ ଗାନ୍ଧୀଜୀଙ୍କ ଆହ୍ବାନରେ ସୁରେନ୍ଦ୍ର ମହାନ୍ତି କଲେଜ ପଢ଼ା ଛାଡ଼ି ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ମଧ୍ୟ ଗଳ୍ପ, ନାଟକ, ଉପନ୍ୟାସ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରି ଯାଇଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପିଲାମାନେ ଭାଗନେଇ ଅତିଥମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ଜ୍ୟୋତ୍ସ୍ନାମୟୀ ରାଉତ, ସଚଳା କୁମାରୀ ବାରିକ, ସୁଜାତା ମହାପାତ୍ର ସହଯୋଗ କରିଥିଲାବେଳେ ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ସଚଳା କୁମାରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.