oom

୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ବନଖଣ୍ଡ ଆନୁକୂଲ୍ୟରେ ୭୬ତମ ବନ ମହୋତ୍ସବ ପାଳନ ଅବସରରେ ବାରିପଦା ବନଖଣ୍ଡ କାର୍ଯାଳୟରୁ ସବୁଜ ରଥର ଶୁଭାରମ୍ଭ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶଙ୍କ ଦ୍ଵାରା କରାଯାଇଛି । ଏହି ରଥ ବାରିପଦା ବନଖଣ୍ଡ ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣର ବାର୍ତ୍ତା ପହଞ୍ଚାଇବା ସହିତ ପ୍ରଧାନମନ୍ତ୍ରୀଙ୍କ ମା କେ ନାମ ଏକ ପେଡର ବାର୍ତ୍ତା ପହଞ୍ଚାଇବା ପାଇଁ ଉଦ୍ୟମ କରିବେ । ଜଙ୍ଗଲ ମହୋତ୍ସବ ଆନୁକୂଲ୍ୟରେ ବାରିପଦା ବନଖଣ୍ଡ ସମ୍ମୁଖରେ ଜନସାଧାରଣଙ୍କ ପାଇଁ ଚାରା ବଣ୍ଟନ କେନ୍ଦ୍ରରର ଶୁଭାରମ୍ଭ ବାରିପଦା ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା କରାଯାଇଥିଲା ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ଉତ୍ତମ ମାନର ଚାରା ମାଗଣାରେ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସହକାରୀ ବନ୍ୟ ସଂରକ୍ଷକ ମେହେରବାନ ଅଲ୍ଲୀ, ବାରିପଦା ରେଞ୍ଜ ଅଫିସର ଶ୍ରଦେହ ମନ୍ତ୍ରୀ, ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ ଓ ବନଖଣ୍ଡର କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.