ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପାଇକମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକଙ୍କ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାରିକଙ୍କ ନିଷ୍ଠାପର, କାର୍ଯ୍ୟାଦକ୍ଷତା, ଅତ୍ମୀୟତା ସ୍ନେହ ସମ୍ପର୍କର ସୁକାର୍ଯ୍ୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସୁଜ୍ଞାନ ମାର୍ଗ ଦର୍ଶକ, ସୁଦକ୍ଷତା ପରିଚାଳନା କରିଥିବା ଉପରେ ଅଭିଭାଷଣ ଦେଇ ସମ୍ବର୍ଦ୍ଧନାରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ, ଶିକ୍ଷୟତ୍ରୀ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀଗଣ ଉପସ୍ଥିତ ଥିଲେ । ଅତିଥିଙ୍କ ଅଭିଭାଷଣ ପରେ ଅବସର ପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଉପଢୌକନ ସହ ଉପହାର ପ୍ରଦାନ କରାଯାଇଥିଲ । ଲଖମରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈଷ୍ଣବ ପଣ୍ଡା ସଭା ସଂଚାଳନ କରିଥିବା ବେଳେ ଚେରଙ୍ଗାଝାଞ୍ଜ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଗ୍ରସେନ ପ୍ରଧାନ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
