oom

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ମନହୀରାଙ୍କ ସଭାପତିତ୍ରରେ ସୋମବାର ଦିନ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଗ୍ରନ୍ଥାଗାର ପରିଚାଳକ ବସୁଦେବ ମେହେରଙ୍କ ଅବସରଗ୍ରହଣ ଏବଂ ଇଂରାଜୀ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲାଙ୍କ ଅନ୍ୟତ୍ର ବଦଳି ଉଦ୍ଦେଶ୍ୟରେ ଏକ ଅବସର ତଥା ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉଭୟଙ୍କୁ ପୁଷ୍ପଗୁହ, ଉପଢୌକନ ତଥା ମାନପ‌ତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏଥିରେ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ ଓ ମୁଖ୍ୟ କିରାଣି ଅବନି ରଂଜନ ସିଂ ନିନା ବକ୍ତବ୍ୟରେ ଅନୁଷ୍ଠାନରେ କର୍ମଚାରୀମାନଙ୍କ ସ୍ନେହପୂର୍ଣ ସଂପର୍କ ତଥା ଭଲପାଇବା କେତେ ରହିଛି ତାହା ପ୍ରକାଶ କରିଥିଲେ । ଉଭୟଙ୍କ କର୍ଭବ୍ୟ ପ୍ରତି ଶୃଙ୍ଖଳା ଓ କର୍ମତତ୍ପରତା ବିଷୟରେ ଉଲ୍ଲେଖ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ହୃଷିକେଶ ପଧାନ ମାନପତ୍ର ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ଚୂଳମଣୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.