oom

ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗମ୍ଭାରୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦଳ ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ମୁଖ୍ୟ ବକ୍ତା, ଗୋଷ୍ଠୀ ସହ ଶିକ୍ଷାଧିକାରୀ ଜଗତ ମଲ୍ଲିକ, ଡୁଙ୍ଗୁରିପାଲି ସିଆରସିସି ପ୍ରବୀର ଭୋଇ, ପଞ୍ଚସଖା ଶିକ୍ଷାସେତୁ ସଭାପତି ଜଗନ୍ନାଥ ପୁଜାହାରୀ, ଡୁଙ୍ଗୁରିପାଲି ସାହିତ୍ୟ ଓ ସାଂସ୍କୃତିକ ସଂସଦର ସଭାପତି ତଥା ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼କ୍ଟର ସୁବାସ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟ ପ୍ରତି ନିଷ୍ଠାର ସ୍ମୃତିଚାରଣ କରିଥିଲେ । ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ, ଚିନାଜୁରୀ ଓ ଗମ୍ଭାରୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କରିଯାଇଥିବା ଉତ୍ତମ କାର୍ଯ୍ୟ ଶିକ୍ଷକ ସମାଜର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀମତୀ ପ୍ରଧାନ ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥାର ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ ।, ଛାତ୍ରଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଓ ଶେଷରେ ବିଦାୟ ସଂଗୀତ ଗାଇ ନିଜର ଗୁରୁଭକ୍ତି ପ୍ରଦର୍ଶନ କରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀ ଅବିଭାବକ ଓ ଗମ୍ଭାରୀପାଲି ଗ୍ରାମବାସୀ ସହଯୋଗ କରିଥିଲେ । ଶିକ୍ଷକ ଅଶୋକ ସାହୁ ସଭାପରିଚାଳନା ଓ ମାନପତ୍ର ପଠନ କରିଥିବା ବେଳେ ଶିକ୍ଷକ ନିତ୍ୟାନନ୍ଦ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମେହେରଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସଂକୀତ୍‌ର୍ତ୍ତନ ସହ ଗ୍ରାମ ପରିକ୍ରମା କରି ଡୁଙ୍ଗୁରିପାଲି ସ୍ଥିତ ଘରକୁ ପାଛୋଟି ନେଇ ସୁଖ ସମୃଦ୍ଧି କାମନା କରିଥିଲେ ।

jittmm
Leave A Reply

Your email address will not be published.