oom

ସଂସ୍କୃତ ଶିକ୍ଷକ ରାଜକିଶୋର ପଣ୍ଡାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନବୀନ ନାୟକ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ସମାଜସେବୀ ଶିକ୍ଷକ ଅଶୋକ ପଣ୍ଡା, ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷକ ପବିତ୍ର ଗୁରୁ, ରବୀନ୍ଦ୍ର ଠେଟୁଆଳ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବୁଡୁ ପଧାନ, ଗୌରୀ ଶଙ୍କର ବିନ୍ଧାଣି, ଅବସରପ୍ରାପ୍ତ ଖେଳ ଶିକ୍ଷକ ସୀତାରାମ ପଧାନ, ହିନ୍ଦୀ ଶିକ୍ଷକ ପ୍ରଭାତ ସାହୁ, ସିଆରସିସି ରସାନନ୍ଦ କର୍ମୀ, ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଗୁପ୍ତେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଶିକ୍ଷକତା ଜୀବନରେ ଛାତ୍ରଛାତ୍ରୀଙ୍କ ପ୍ରତି ରହିଥିବା ଭଲ ପାଇବା, ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ବିଷୟରେ ମତବ୍ୟକ୍ତ କରିବା ସହ ଶ୍ରୀ ପଣ୍ଡାଙ୍କ ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ନମିତା ସାହୁ ଓ ଇସ୍ମିତା ସୁନା ନିଜ ବକ୍ତବ୍ୟରେ ଶ୍ରୀ ପଣ୍ଡାଙ୍କୁ ଜଣେ ଛାତ୍ରବତ୍ସଳ ଶିକ୍ଷକ ବୋଲି କହିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବା ପାଇଁ ସବୁ ସମୟରେ ସେ ପ୍ରେରଣା ଦେଉଥିଲେ ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର, ଭାଗବତ ଗୀତା ପୁସ୍ତକ ସହ ବିଭିନ୍ନ ଉପହାର ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ନମିତା ପାଣିଗ୍ରାହୀ ମାନପତ୍ର ପଠନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ଶିକ୍ଷକ ବୁଲୁ ଦେହୁରୀ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ଅଜିତ ରାଉତ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସଚ୍ଚିଦାନନ୍ଦ ସାହୁ, ସଂଜୀବ ନାଏକ, ଶିବ ଶଙ୍କର ପାଣିଗ୍ରାହୀ, ଅଭିଷେକ ପାଣିଗ୍ରାହୀ, ରଂଜିତା ରଣା, ସୁକାନ୍ତି ସାହୁଙ୍କ ସହ ଶିକ୍ଷା କର୍ମଚାରୀ ରାଜକିଶୋର ପଧାନ, ଦେବାଶିଷ ପଧାନ, ବିରଞ୍ଚି ମହାକୁର ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସମେତ ଜାମଗାଁ ତଥା ଆଖପାଖ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.