
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଖଲିଆକାନୀ ଗ୍ରାମରେ କନ୍ଧ ସମାଜର ଏକ ସଚେତନତା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ରମେଶ ଭୋଇଙ୍କ ସଭାପତିତ୍ୱରେ ତଥା ପାର୍ଥରାମ ଭୋଇଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ସୁରେଶ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ନକୁଳ ମାଝୀ, ଡିଙ୍ଗର ଭୋଇ, ଦୈତାରୀ ଭୋଇ ଓ ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ସୈନିକ ଯୁବରାଜ ମାଝୀ ଯୋଗ ଦେଇଥିଲେ । ଏଥିରେ ଯୁଧିଷ୍ଠିର ଭୋଇ, ଜିତେନ୍ଦ୍ର ମାଝୀ, ରାଧା ମାଝୀ, ଶଶିଧର ମାଝୀ, ସୂର୍ଯ୍ୟକାନ୍ତ ମାଝୀ, ଅଚ୍ୟୁତ ଭୋଇ, ନବକୃଷ୍ଣ ଭୋଇ, ବିଷ୍ଣୁ ପ୍ରସାଦ ସିଂ ଭୋଇ, ଆନନ୍ଦ ମାଝୀ, ପରମାନନ୍ଦ ଶିକା ଓ ମନ୍ତରାମ ମାଝୀଙ୍କ ସହ କନ୍ଧ ସମାଜର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସଙ୍କୀର୍ତ୍ତନ୍ୟ ଶିକା ଧନ୍ୟବାଦ ଦେଇଥିଲେ ।