oom

ସାଇବର ଅପରାଧକୁ ନେଇ ସଚେତନତା କାର୍ଯ୍ୟକ୍ରମ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜ ଯେତେ ଆଗକୁ ଯାଉଛି, ସେତେ ସଂଖ୍ୟକ ନୂଆ ଅପରାଧ ସୃଷ୍ଟି ହେଉଛି ଓ ଅପରାଧିମାନେ ପୋଲିସ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହେଉଛନ୍ତି । ସେହି ପ୍ରକାରରେ ଏବେ ଚାରିଆଡେ ଏକ ମାତ୍ର ଅପରାଧର ଉଣା ଅଧିକେ ସମସ୍ତେ ଶିକାର ହେଉଛନ୍ତି, ତାହା ହେଉଛି ସାଇବର ଅପରାଧ । କିପରି ଏହି ସାଇବର ଅପରାଧିଙ୍କଠାରୁ ସମସ୍ତେ ସୁରକ୍ଷିତ ରହିବେ, ସେ ନେଇ ଆଜି ଏକ କର୍ମଶାଳା ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷା ଗୀତାଞ୍ଜଳି ପଟ୍ଟନାୟକ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ, ଓ ପରେ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ପ୍ରସିକ୍ୟୁସନ ବିଭାଗର ଉପ-ନିର୍ଦ୍ଦେଶକ ସୁବ୍ରତ ମହାନ୍ତି ସାଇବର ଅପରାଧିକ ଆଇନ ଉପରେ ସବିଶେଷ ବିବରଣୀ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ । ପରେ ଅନ୍ୟତମ ବକ୍ତା ଛତ୍ରପୁର ଏସ.ଡ଼ି.ଜେ.ଏମ୍. କୋର୍ଟର କ୍ୟାଡ଼ର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସାଇବର ଅପରାଧୀଙ୍କ କାର୍ଯ୍ୟଶୈଳୀ ତଥା କିପରି ନିଜର ଅନଲାଇନ ତଥ୍ୟକୁ ସଂରକ୍ଷିତ କରି ରଖାଯାଇପାରିବ ତା’ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥଲେ ପରେ ସମାଜସେବୀ ମନୋଜ ମିଶ୍ର ଅନଲାଇନ ଓ ବାର କୋଡ଼ ଫ୍ରଡ଼ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଆଉଥରେ ବ୍ୟାଙ୍କିଙ୍ଗ ଫ୍ରଡ଼ ତଥା ଅନ୍ୟ ନୂତନ ଆହ୍ୱାନକୁ ସମସ୍ତଙ୍କ ସମ୍ମୁଖରେ ରଖିବେ ବୋଲି ମନ୍ତବ୍ୟ ରଖି ସଭା ସାଙ୍ଗ କରିଥିଲେ । ଶେଷରେ ଡ଼ଃ. ଶ୍ୟାମସୁନ୍ଦର ମହାରଣା କାର୍ଯ୍ୟକ୍ରମଟି ସୂଚାରୁରୂପେ ସମ୍ପାଦିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.