oom

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ଡେଲାଙ୍ଗରେ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୬:୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୮: ୩୦ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମେ ତିନି ଥର ବ୍ରହ୍ମନାଦ କରାଯାଇ ସଂଗଠନ ମନ୍ତ୍ର ଗାନ କରାଯାଇଥିଲା । ଏହାପରେ ସିଥିଲିକରଣ ବ୍ୟାୟାମ କରାଯାଇ ଥିଲା । ଏହାପରେ ଠିଆ ହୋଇ ତାଡାସନ୍, ବୃକ୍ଷାସନ୍, ଅର୍ଦ୍ଧକଟି ଚକ୍ରାସନ୍, ପାଦହସ୍ତାସନ୍, ଅର୍ଦ୍ଧାଚକ୍ରାସନ୍, ତ୍ରିକୋଣାସନ୍ ଇତ୍ୟାଦି କରାଯାଇଥିଲା । ସେହିପରି ବସିବା ଆସନ ଯଥା ବଜ୍ରାସନ୍, ପଦ୍ମାସନ୍, ପଶ୍ଚିମୋତନାସନ୍, ଓଷ୍ଟ୍ରାସନ୍, ସଶକାସନ୍, ବକ୍ରାସନ୍ ଇତ୍ୟାଦି କରିବା ସହିତ ପ୍ରାଣାୟାମ, ଧ୍ୟାନ ମଧ୍ୟ କରାଯାଇଥିଲା । ସର୍ବଶେଷରେ ଶାନ୍ତି ମନ୍ତ୍ର ଦ୍ଵାରା ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିଶୁ ମନ୍ଦିରର ସହ- ପ୍ରଧାନ ଅଚାର୍ଯ୍ୟା ଟୁକୁନି ମହାପାତ୍ର, ଗୁରୂମା ବିଜୟଲକ୍ଷ୍ମୀ ନାୟକ, ଚିନ୍ମୟୀ ମହାପାତ୍ର, ମମତା ନାୟକ, ରିନାମନି ତାଡ଼, ସୌମ୍ୟାଶ୍ରୀ ମହାନ୍ତି, ଦୀପିକା ମହାରଣା ଓ ଗୁରୁଜୀ ସର୍ବେଶ୍ଵର ବାରିକ, ସତ୍ୟ ରଞ୍ଜନ ସ୍ୱାଇଁଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.