
ବଲାଙ୍ଗିର, (କେପିଏନ୍ଏସ୍) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆର ବି ଓ ବଲାଙ୍ଗିର ପକ୍ଷରୁ ଶନିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜୁଲାଇ ୧ ତାରିଖରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍ ବି ଆଇ ଆର୍ ବି ଓ ବଲାଙ୍ଗିର ଆର୍ ଏମ୍ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରର ଉଦଘାଟନୀ କର୍ଯ୍ୟକ୍ରମରେ ବଲାଙ୍ଗିର ଡି ଆର୍ ଡି ଏ ର ଏ ପି ଡି ତରଣୀ ସୁନା ଓ ବଲାଙ୍ଗିର ଏସ୍ ବି ଆଇର ମାନବସମ୍ବଳ ପରିଚାଳକ ରାମ ପ୍ରସାଦ ପଟ୍ଟନାୟକ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଶିବିରରେ ଆର୍ ବି ଓ ବଲାଙ୍ଗିର ଅଧିନସ୍ତ ଶାଖାରୁ ବହୁ ସଂଖ୍ୟାରେ କର୍ମଚାରୀ ଆସି ଆଗ୍ରହର ସହକାରେ ରକ୍ତଦାନ କରିଥିଲେ । ଏହି ଶିବିରରେ ୧୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବଲାଙ୍ଗିର ରକ୍ତଭଣ୍ଡାରର ଏମ୍ ଓ ଅଶୋକ କୁମାର ମିଶ୍ର ଓ କାଉନଶିଲର୍ ଶେଖ ଅବଦୁଲ ଅସରଫ ଏହି ଶିବିରକୁ ପରିଚାଳନା କରିଥିଲେ । ଏସ୍ ବି ଆଇ ସ୍ଟାଫ୍ ଏସୋସିଏସନରୁ ରୋହିତ କୁମାର ଶତପଥୀ, ରୂପେଶ ଦଳେଇ, ରାଜେଶ ଦାସ, ବଂଶୀଧର ନାଏକ, ଦେବବ୍ରତ ପତି, ସୁରେଶ ସେଠ, ଆନନ୍ଦ ମିଶ୍ର, ରଂଜୀତ ଡୋଗ୍ରା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଧିତ କରାଯାଇ ଥିଲା ।