ଜବତ ହେଲା ନକଲି କୋଲଡ୍ରିଙ୍କସ : ଲକ୍ଷାଧିକ ଟଙ୍କାର ମେସିନ୍ ଜବତ

ବ୍ରହ୍ମପୁର : ବିଗତ କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ରାଜ୍ୟରେ ନକଲି କାରଖାନା ଉପରେ ଜୋରଦାର ଚଢାଉ ଚାଲିଛି । କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ଜବତ ହେଲା ନକଲି କୋଲଡ୍ରିଙ୍କସ । ସୁକୁଣ୍ଡା ଗାଁରେ ନକଲି କୋଲଡ୍ରିଙ୍କସ କାରଖାନା ଉପରେ ପୁଲିସ ଚଢାଉ କରିଛି । ଲକ୍ଷାଧିକ ଟଙ୍କାର ମେସିନ ଜବତ କରାଯାଇଛି । ତେବେ ଦୀର୍ଘଦିନ ଧରି ଏହି କାରଖାନାରେ ନକଲି କୋଲଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା । ଏବଂ ଏହାକୁ ବଜାରକୁ ମଧ୍ୟ ଛଡାଯାଉଥିଲା । ତେବେ ଆଜି ଚଢାଉ ବେଳେ ସାଂଘାତିକ ସତ ସାମ୍ନାକୁ ଆସିଛି । ନକଲି କୋଲଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀକୁ ଜବତ କରି ଘଟଣାର ତଦନ୍ତ ଆର‌ମ୍ଭ କରିଛି ପୋଲିସ ।

Leave A Reply

Your email address will not be published.