ବାଇକ ଧକ୍କାରେ ଜଣେ ମୃତ : ବାଇକ ଆରହୀ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାଥିବା ଦେଖିବାକୁ ମିଳିଛି । ଖବର ନେବାରୁ ଜଣାପଡିଲା ଯେ, କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତର ଭିତରସରା ଗ୍ରାମର ରାମ ମାଝୀ (୫୦) ପ୍ରାୟ ଦୁଇ କିମି ଦୂରତା ବାର୍ତ୍ତିବାଲି ଗ୍ରାମକୁ ଯାଇ ସନ୍ଧ୍ୟାରେ ନିଜ ଘରକୁ ଫେରୁଥିବା ବେଳେ ପଛପଟୁ ଗୋଡ଼ିବାଲି ପଞ୍ଚାୟତ କଞ୍ଜାମଯୋଡି ଗ୍ରାମର ତ୍ରିନାଥ ନାୟକ (୩୫) ଏକ ବାଇକରେ ଆସି ପଛପଟୁ ତାଙ୍କୁଧକ୍କା ଦେଇଥିଲେ । ଫଳରେ ଉଭୟ ଘଟଣାସ୍ଥଳରେ ପଡି ଛଟପଟ ହେଉଥିବା କିଛି ଲୋକ ଦେଖି ଉଭୟ ଗ୍ରାମର ପରିବାରକୁ ଯୋଗାଯୋଗ କରିଥିଲେ । ଭିତରସରା ଗ୍ରାମର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଏକ ଗାଡ଼ିରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ବେଳେ ରାମ ମାଝୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଉଭୟକୁ ରାତିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଣାଯାଇଥିଲ । ସେଠାରେ ରାମ ମାଝୀଙ୍କୁ ମୃତ ଘୋଷଣା କରିଥିବା ବେଳେ ବାଇକ ଆରୋହୀ ତ୍ରିନାଥ ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିବା ଡାକ୍ତର କହିଛନ୍ତି । ଉକ୍ତ ଖବର ପାଇବା ପରେ କାଶୀପୁର ଥାନା ଏସ୍‌ଆଇ ସଦାନନ୍ଦ ପ୍ରଧାନ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରି ଜଣାପଡିଛି ।

Leave A Reply

Your email address will not be published.