ଶିକାଛିଡା ପଞ୍ଚାୟତରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡ଼ା ପଞ୍ଚାୟତରେ ସରପଞ୍ଚ କ୍ଷୀରେନ୍ଦ୍ର ଶତପଥୀ ଓ ସମିତି ସଭ୍ୟ ବିନିତା ପ୍ରଧାନଙ୍କ ପରିଚାଳନାରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନ୍ତୋର୍ଦୟ ଗୃହ ଯୋଜନାରେ ୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ୫ଜଣଙ୍କୁ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ସାମାଜିକ ସୁରକ୍ଷା ଯୋଜନାରେ ୮୦ପ୍ରତିଶତରୁ ଅଧିକ ଦିବ୍ୟଙ୍ଗ ୭ଜଣଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ କରାଗଲା । ଏହାସହ ଦେଓଗାଁ ବନାଞ୍ଚଳ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିପିଇଓ ମହେଶ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ରଥ, ଡବ୍ଲୁଇଓ, ମେଡିକାଲ ଅଫିସର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେନ୍ଦ୍ର ମେହେର, ଯୋଗାଣ ସହାୟକ ଜନ୍ମଦତ୍ତ ପ୍ରଧାନୀ, ଏଡିଓ ରମେଶ ରଣା, ଅନ୍ୟାନ୍ୟ ବନାଞ୍ଚଳ ଅଧିକାରୀମାନଙ୍କ ସହ ସ୍ଥାନୀୟ ପଞ୍ଚାୟତର ଏସଏଚଜି ସଭ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.