oom

ମୁରିବାହାଲ ଓ ଲଖନା ପଞ୍ଚାୟତସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଓ ଲଖନା ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ତଥା ବିକାଶ ମେଳା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ କଲ୍ୟାଣ ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ବିକାଶ ମେଳାରେ ବ୍ଲକ ବିତ୍ତ ଅଧିକାରୀ ତଥା ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ତତ୍ଵାବଧାନରେ ଅନୁଷ୍ଠିତ ବିକାଶ ମେଳା କାର୍ଯ୍ୟକ୍ରମରେ ଅତିଥି ରୂପେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ସରପଞ୍ଚ ବିଶ୍ଵବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଜିପିଡିଓ ଗଙ୍ଗାଧର ଛତର, ପିଇଓ ପ୍ରକାଶ କୁମାର ପନିକା, ମଣ୍ଡଳ ସଭାପତି ରାମୁ କୁମ୍ଭାର,ଏଡିଇଓ ଠଣସୁନ୍ଦର ଖୁଟଲା, ଯୋଗାଣ ସହାୟକ ଅଜନ୍ତୁଲା ବନଛୋର, ଜିଓଟେଗ ଜେମନ୍ତ ବେନିଆ, ନାରାୟଣ ସାହୁ, ଖଗେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପୁର୍ବରୁ ଏହି ପଞ୍ଚାୟତସ୍ତରୀୟ ବିକାଶ ମେଳାରେ ଅତିଥିମାନେ ଯୋଗ ଦେଇ ମାଆ ପାଇଁ ଗଛଟିଏ ଉଦ୍ଦେଶ୍ୟରେ ଚାରା ରୋପଣ କରିଥିଲେ । ସେମାନେ କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପରେ ଆଲୋକପାତ କରି ବିଭିନ୍ନ ହିତାଧିକାରୀଙ୍କୁ ଆବାସ, ରାସନ, ବାର୍ଦ୍ଧକ୍ୟ ଭତ୍ତା ଓ କିଶାନ କ୍ରେଡିଟ କାର୍ଡ ବଣ୍ଟନ କରିଥିଲେ । ସେହିପରି ଲଖନା ପଞ୍ଚାୟତରେ ବ୍ଲକ ବିତ୍ତ ଅଧିକାରୀ ତଥା ନୋଡାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ରୂପେ ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା,ସରପଞ୍ଚ ସଦାନନ୍ଦ ଦୀପ ,ସମିତି ସଭ୍ୟ ଭୀମସେନ ବାଗ, ଜିପିଡିଓ ଗଙ୍ଗାଧର ଛତର, ପିଇଓ କମ୍ବୁଚରଣ ବାଗ, ମଣ୍ଡଳ ସଭାପତି ରାମୁ କୁମ୍ଭାର, ଏଡ଼ିଇଓ ସୁଧର୍ମା ବେହେରା ଓ ଯୋଗାଣ ସହାୟିକା, ଜି ଓଟେଗ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୫ଜଣଙ୍କୁ ଆବାସ କାର୍ଡ, ୭ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ୫ଜଣଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଉଭୟ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା,ଏଡିଇଓ, ଯୋଗାଣ ସହାୟକ, ଏମବିକେ, ସିଆରପି, ଶତାଧିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.