ନୃସିଂହନାଥ ପୀଠରେ ରଥଯାତ୍ରା ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟି ଦେବାଶିଷ ସିହ୍ନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଆଲୋଚନା ହୋଇଥିଲା । ନୃସିଂହନାଥ ବ୍ରାହ୍ମଣ ସମାଜ ସଭାପତି ଗିରୀଶ ଚନ୍ଦ୍ର ନାୟକ, ବୁଲୁ ନାୟକ, ମାତୃ ପ୍ରସାଦ ରଥ, ଜନାର୍ଦ୍ଦନ ପଣ୍ଡା, ପିଣ୍ଟୁ ପାଣିଗ୍ରାହୀ, ଦୁର୍ଯ୍ୟୋଧନ ତ୍ରିପାଠୀ, ଲଳିତ ପାଣିଗ୍ରାହୀ, ପ୍ରେମାନନ୍ଦ ଦେବତା, ରୋଷନ ପାଣିଗ୍ରାହୀ, ଆଲୋକ ମିଶ୍ର, ମାନସ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.