ବ୍ରାହ୍ମଣୀ ପାହାଡ଼ରେ ଶ୍ରାବଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ଗୁରୁବାର ଦିନ ମୁରିବାହାଲ ବ୍ଲକ ଅଧିନସ୍ଥ ମାଲିଶିରା ପଞ୍ଚାୟତର ଖରାଲି ନିକଟସ୍ଥ ବ୍ରାହ୍ମଣୀ ପାହାଡ଼ଠାରେ ଶ୍ରୀ ଶ୍ରୀ ସିଦ୍ଧି ଲିଙ୍ଗେଶ୍ୱର ମୁରଲୀଧରାନନ୍ଦ ଚେରିଟେବୁଲ ଟ୍ରଷ୍ଟର ସଭାପତି ହଂସରାଜ ଜୈନଙ୍କ ଅଧ୍ୟକ୍ଷତା ଓ ସ୍ୱାମୀ ମୁରଲୀଧରାନନ୍ଦଙ୍କ ପୌରହିତ୍ୟରେ ଆଗାମୀ ଶ୍ରାବଣ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମାଲିସିରା ସରପଞ୍ଚ ଦେବରାଜ ପାତ୍ରଙ୍କ ଆବାହନରେ ବସିଥିବା ବୈଠକରେ ସମସ୍ତ ଟ୍ରଷ୍ଟି ସହିତ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ନେଇ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ଥିବା ସଦସ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କ୍ଷିତିପତି ମହାକୁର, ପୂର୍ବତନ ସରପଞ୍ଚ କାମଦେବ ବେହେରା, ପୂର୍ବତନ ସରପଞ୍ଚ ଡୁଲାମଣି ବାଗ, ଦେବେନ୍ଦ୍ର ମେର୍ଲି, ସବ୍ୟସାଚୀ ବେହେରା, ପୁଲସ୍ତି ବେହେରା, ରାମଚନ୍ଦ୍ର ମାଝୀ, ରମେଶ ବସ୍ତିଆ, ରୋହିତ ପଧାନ, ଲବ ପଧାନ, ହୃଦା ପଧାନ,ରାମୁ ନିଆଲ, ଦାମୋଦର ନାଗ, ଇନ୍ଦ୍ରମଣି ପଧାନ, ଲଳିତ ମୋହନ ମହାନ୍ତି, ୱାର୍ଡ ସଭ୍ୟ ମୋହନ ଭୋଇ ସହିତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.