ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତା ୦୯.୦୬.୨୦୨୫ ରାଉରକେଲା ବିଶ୍ରା ଗୋଲ ଛକରେ ଥିବା ଭଗବାନ ବିଶ୍ରା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଜେପି ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ବିଜେପିର ନେତ୍ରୁ ବୃନ୍ଦ ତାଙ୍କର ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ପୂର୍ବକ ମାଲ୍ୟାର୍ପଣ କରିଥିଲେ । ନେତ୍ରୁ ବୃନ୍ଦ ସେହି ମହାନ ସ୍ୱାଧୀନ ସଂଗ୍ରାମୀଙ୍କ ସ୍ତୁତି ଚାରଣ କରି କହି ଥିଲେ ଯେ ଭଗବାନ ବିର୍ସା ମୁଣ୍ଡା ୧୮୯୪ ମସିହାରେ ସେ ଇଂରେଜଙ୍କ ବିରୁଦ୍ଧରେ ନିଜ ଜନଜାତିଙ୍କୁ ନେଇ ଦୁର୍ଭିକ୍ଷ ଓ ମହାମାରୀରୁ ମୁକ୍ତି ପାଇଁ କର ଛାଡ଼ ଆନ୍ଦୋଳନ କରିଥିଲେ । ସେ ବିହାର, ଝାରଖଣ୍ଡର ସ୍ୱାଧୀନ ସଂଗ୍ରାମୀଙ୍କୁ ଏକାଠି କରି ବିପ୍ଳବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଯୋଡ଼ି ହୋଇଥିଲେ । ୧୮୯୭ ରୁ ୧୯୦୦ ମଧ୍ୟରେ ବ୍ରିଟିଶ ସହିତ ଲଢିଥିଲେ । ଅଗଷ୍ଟ ୧୮୯୭ ମସିହାରେ ସେ ଖୁଣ୍ଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ୧୮୯୮ରେ ଟାଙ୍ଗୀ ନଦୀ ଉପକୂଳରେ ଏବଂ ୧୯୦୦ ଜାନୁଆରୀ ମାସରେ ତୋମ୍ବାଡ଼ି ପାହାଡ଼ ଉପରେ ମୂହାମୁହିଁ ହୋଇଥିଲେ । ଏହାର ଦୁଇ ମାସ ପରେ ବିର୍ସା ମୁଣ୍ଡାଙ୍କୁ ଗିରଫ କରାଯାଇ ରାଞ୍ଚି ଜେଲରେ ରଖାଯାଇଥିଲା । ଜୁନ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ସେ ହିଁ ମହାନ ସ୍ୱାଧୀନ ସଂଗ୍ରାମୀଙ୍କ ମୃତ୍ୟୁ ଦିବସକୁ ବିଜେପି ବଳିଦାନ ଦିବସ ରୂପେ ସମଗ୍ର ଦେଶରେ ପାଳନ କରୁଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଗଙ୍ଗାଧର ଦାଶ, ହରି ରାଉତରାୟ, ବାବୁଲି ମୁର୍ମୁ, ମନୋଜ ମାହେଶ୍ୱରୀ , ରଞ୍ଜିତ ନାୟକ, ରଞ୍ଜିତା କିସପଟ୍ଟା, ଦିଲ୍ଲୀପ ସିଂ, ନିରଞ୍ଜନ ପଟେଲ, ଅଭୟ ବେହେରା, ମଙ୍ଗଳ ମୁଣ୍ଡାରୀ, ନିରଜ୍ ଚତୃବେଦୀ, ମଞ୍ଜିତ ସିଂ, ସଂଗ୍ରାମ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୁଦ୍ଦୁ ସିଂ, ଦିଲ୍ଲୀପ କିସାନ, ସନ୍ତୋଷ ଜେନା, ଏମ ଡି ସମିମ୍, ଏମ ଡି ସରିଫ, ଗଦାଧର ପୃଷ୍ଟି, ଅରବିନ୍ଦ ଶର୍ମା, ରୁକ୍ମଣୀ କୁମ୍ଭାର, ଦେବକୀ ବିଶୋଇ ଆଦି ବହୁ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Prev Post