oom

ଲେଡି ଲାୟନର ଶିଶୁ ମହୋତ୍ସବ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନର ସଭାପତି ବନ୍ଦିତା ମାହାତୋ ସଭାପତିତ୍ୱ, ସାଧାରଣ ସମ୍ପାଦକ ସ୍ନେହଲତା ଗନ୍ତାଘରିଆଙ୍କ ଆବାହକତ୍ୱ ଓ ସୁଶ୍ରୀ କବିତା ମାହାତୋଙ୍କ ସଂଯୋଜନାରେ ଏଫ୍ଇଟୁ ମଲଠାରେ ଏକ ଶିଶୁ ମହୋତ୍ସବ ‘ ଶିଶୁ ବିଜିନେସ କାର୍ନିଭାଲ ‘ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରାୟ ୫୦ଟି ଷ୍ଟଲ୍ ଲାଗି ଥିବା ବେଳେ ଶିଶୁ ମାନେ ପ୍ରସ୍ତୁତ କରିଥିବା ଖେଳ ସାମଗ୍ରୀ, ହାତ ପ୍ରସ୍ତୁତି ଖାଦ୍ୟ ପଦାର୍ଥ, ଆର୍ଟ ସହ ସେମାନଙ୍କ ମଧ୍ୟରେ ନାଚ ଗୀତ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡ଼ଃ କଲ୍ୟାଣୀ ମିଶ୍ର, ହରିହର ରାଉତରାୟ, ଜିତେନ୍ଦ୍ର ପ୍ରସାଦ ସମାଜସେବୀ କମଲ ଅଗ୍ରୱାଲ, ସୁନିଲ କାୟଲ, ଅଶୋକ କକ୍କଡ, ଡାକ୍ତର ରାମଚନ୍ଦ୍ର ମେହେର ପ୍ରମୁଖ ଯୋଗଦେଇ ଥିବା ବେଳେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଶିଶୁମାନଙ୍କୁ ବ୍ୟବସାୟ ପ୍ରତି ଆକୃଷ୍ଟ କରିବା ଓ ନିଜ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ । ଏହି ଅବସରରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଧନମାୟା ବିଷ୍ଟ, ଅନୁପମା ଦାସ, ଫୁଲମଣୀ ସମାଦ, ଲକ୍ଷ୍ମୀ ମିଶ୍ର, ସୁଚିତ୍ରା ଦର୍ଜି, ଶୈଳବାଳା ମହାନ୍ତି, ଛବିରାଣୀ ପାତ୍ର, ଚନ୍ଦନା ସିଂହ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.