oom

୧୧ତମ ଜାତୀୟ ଭୋଟର ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସଭାଗୃହ ଠାରେ ୧୧ତମ ଭୋଟର ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ମୁଖ୍ୟଅତିଥି ଭାବେ ଯୋଗଦାନ କରି ତାଙ୍କ ସଂକ୍ଷିପ୍ତ ଭାଷଣରେ ଜାତୀୟ ଭୋଟର ଦିବସ ପାଳନର ମହତ ଉଦ୍ଦେଶ୍ୟରେ ଏବଂ ଭାରତୀୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଉପରେ ଭାରତୀୟ ମତଦାତାଙ୍କ ଭୋଟ ଭୂମିକା ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ ସହ ଜାତୀୟ ଭୋଟର ଦିବସର ମହତ୍ୱ ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଏ ପରିପ୍ରେକ୍ଷୀରେ ଜାତୀୟ ଭୋଟର ଦିବସ‌ ଅବସରରେ ଶପଥ ପାଠ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏଙ୍କ ସମେତ କାର୍ୟ୍ୟାଳୟର ପ୍ରାୟତଃ ସମସ୍ତ କର୍ମଚାରୀ ତଥା ଅଧିକାରୀ ମାନେ ଉପସ୍ଥିତ ଥିଲେ । ହେଲେ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଏହିଯେ ପୂର୍ବବର୍ଷ ମାନଙ୍କୁ ସେଇଦିନ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଭୋଟର ମାନଙ୍କୁ ପରିଚୟ ପତ୍ର ଦିଆଯାଇଥାଏ । କିନ୍ତୁ ପାଇକମାଲର ତିନୋଟି ବୁଥର କିଛି ଭୋଟରଙ୍କ ପରିଚୟ ପତ୍ର ଆସିଥିବା ବେଳେ ବ୍ଳକର ଅନ୍ୟ କୈାଣସି ବୁଥର ନୂତନ ପଞ୍ଜିକୃତ ହୋଇଥିବା ଭୋଟରଙ୍କ ପରିଚୟ ପତ୍ର ଆସିନାହିଁ କ୍ଷ ହେଲେ ମଧ୍ୟ ପରମ୍ପରା ଅନୁସାରେ ଦିବସ ପାଳନ କରାଯିବା ଉଚିତ ବୋଲି ବୁଦ୍ଧିଜିବୀଙ୍କ ମହଲରେ ଗୁଂଜରଣ ହେଉଛି ।

jittmm
Leave A Reply

Your email address will not be published.