ମାଣ୍ଡୋସିଲ ପୁରାତନ ଛାତ୍ରର ସମ୍ବର୍ଦ୍ଧନା ସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପିଏମ ଶ୍ରୀ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ଏକ ସମ୍ବର୍ଦ୍ଧନା ସଭା ସଭାପତି ଗୋକୁଳାନନ୍ଦ ଦଣ୍ଡସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ଓଡିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଓ ସମ୍ମାନୀତ ଅତିଥି ଭାବରେ ରାଧେଶ୍ୟାମ ମେହେର, ମହେନ୍ଦ୍ର କୁମାର ଖୁଣ୍ଟିଆ, ରାଧେଶ୍ୟାମ ସାହା, ଓମ୍ ପ୍ରକାଶ ନାୟକ, ବସୁଦେବ କୁମ୍ଭାର, ପୋର୍ଟା ମିନତୀ ଟେଟେ ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ । ୨୦୨୪-୨୫ ମାଟ୍ରିକ ପରୀକ୍ଷାରେ ମାଣ୍ଡୋସିଲ ପିଏମ ଶ୍ରୀ ହାଇସ୍କୁଲରେ ଏ ୱାନ ଶ୍ରେଣୀରେ ପାସ କରିଥିବା ନିହାରୀକା ପ୍ରଧାନ ତଥା ଏଟୁ ଶ୍ରେଣୀରେ ପାସ କରିଥିବା ଭାଗ୍ୟଶ୍ରୀ ବାରିକ, ନିଶି ଭୋଇ, ପଲ୍ଲବୀ ପାଣିଗ୍ରାହୀ, ସ୍ୱୟଂଶ୍ରୀ ମହାନ୍ତି, ଖୁସବୁ ପ୍ରଧାନ, ତମନ୍ନା ପଟ୍ଟନାୟକ, ଆଶୀଷ ସାହୁ, ଝସକେତନ ପୁଟା, ଶିବ ରଣା ପ୍ରମୁଖ ଛାତ୍ରଛାତ୍ରୀ ସମେତ ତାଙ୍କ ପିତାମାତାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ତପନ କୁମାର ବହିଦାର, ଅନିରୁଦ୍ଧ ପଣ୍ଡା, ସୁଧାଂଶୁ ଶେଖର ସାହୁ, ଦେବେନ୍ଦ୍ର ସାହୁ, ତୁଲାରାମ ପଟେଲ, ସଦାନନ୍ଦ ଭୋଇ, ସୁରେନ୍ଦ୍ର ମାଝୀ, ନୀଳମଣି ପୁଟା, ଅନନ୍ତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବା ବେଳେ ଗୋପାଳ ପ୍ରସାଦ ବେହେରା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.