oom

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା ଏବଂ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବରଗଡ ସୁଭାଷ ଅଗ୍ରୱାଲ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ ଯେ, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୮୫ ଗୋଟି ଅଭିଯୋଗ ମଧ୍ୟରୁ ୪୬ ଗୋଟି ବ୍ୟକ୍ତିଗତ, ୩୯ ଗୋଟି ସାମୁହିକ ଅଭିଯୋଗର ଶୁଣାଣି ହସ୍ତଗତ ହୋଇଥିବା ଅଭିଯୋଗ ମଧ୍ୟରୁ ତତକ୍ଷଣାତ ଗୋଟିଏ ଅଭିଯୋଗକୁ ସମାଧାନ କାରିବା ସହ ଅନ୍ୟାନ୍ୟ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ମାନଙ୍କ ଅଭିଯୋଗ ମଧ୍ୟରେ ସେଟେଲାଇଟ ସର୍ଭେ ରେ ଚାଷୀମାନଙ୍କର ବହୁତ ଭୁଲ ତଥ୍ୟ ଆସୁଛି ତେଣୁ ପୂର୍ବରୁ ଯେପରି ଡିଏଲପିସି ମାଧ୍ୟମରେ ସର୍ଭେ ହେଉ ଥିଲା ସେହି ପ୍ରକ୍ରିୟା ପୁନଃ ଚାଲୁ କରିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ କରିଥିଲେ । ଚାଷୀ ସଂଘର କର୍ମକର୍ତ୍ତା ମାନେ । ଶେଷ ପର୍ଯ୍ୟାୟରେ ପାଇକମାଲ ନାଗରିକ କମିଟିର ସଭ୍ୟମାନେ ଅଭିଯୋଗ ଶୁଣାଣିରେ ଯୋଗଦେଇ ପାଇକମାଲ ବସ୍ତିରେ ଯେଉଁମାନେ ଘର ବାବଦକୁ ସରକାରଙ୍କ ଠାରୁ ଟଙ୍କା ପାଇଛନ୍ତି ସେହି ଘର ଗୁଡିକ ଶୀଘ୍ର ଭଙ୍ଗା ଯିବା, ରାସ୍ତା ଚଉଡା କରିବା, ରାସ୍ତାରେ ଡ୍ରେନ ନିର୍ମାଣ କରିବା, ଝାରବନ୍ଧ ରାସ୍ତା ଚଉଡା କରିବା, ନୃସିଂହନାଥ ରାସ୍ତାକୁ ଚାରି ଥାକିଆ କରି ଷ୍ଟ୍ରୀଟ ଲାଇଟ ଲଗାଇବା, ଛକରେ ଥିବା ସ୍କୁଲକୁ ସ୍ଥାନାନ୍ତର କରିବା, ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ କରାଯିବା ନେଇ ଆଲୋଚନା ହୋଇଥିଲା, ଏଥିରେ କମିଟିର ସଭାପତି ମନୋଜ ତ୍ରିବେଦୀ, ସମ୍ପାଦକ ନୀଳମଣି ପଣ୍ଡା, ସୁଶାନ୍ତ ନାଗ, ରାଜକିଶୋର ସାହୁ, ବିନୋଦ କାଲିଆ, ସନ୍ତୋଷ ପାଣିଗ୍ରାହୀ, ଗୋବର୍ଦ୍ଧନ ଅଗ୍ରୱାଲ, କୁସୁମ ରାଓ ପ୍ରମୁଖଙ୍କ ସହ କମିଟିର ଅନ୍ୟ ସଭ୍ୟମାନେ ମଧ୍ୟ୍ୟ ଯୋଗଦେଇ ଥିଲେ, ଜିଲ୍ଲାପାଳ ଶ୍ରୀ ଗୋୟଲ ସମସ୍ତ କାମ ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.