oom

ଘସିଏନ୍‌ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର : ବରଗାଁଠାରେ ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାର ଏବଂ ନାବାର୍ଡ ପ୍ରୋତ୍ସାହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ପ୍ରଥମ ବ୍ୟବସାୟିକ ଆଉଟଲେଟ ଆଜି ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସଂଜୟ କୁମାର ତାଲୁକଦାର ଉପସ୍ଥିତ ଥିଲେ । ତାଙ୍କ ସହିତ ନାବାର୍ଡ ବଲାଙ୍ଗିର ଜିଲ୍ଲା ବିକାଶ ପ୍ରବନ୍ଧକ ଡା. ବିବେକ କୁମାର ନାୟକ, ମହାଶକ୍ତି ଫାଉଣ୍ଡେସନ ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ ଏଫ୍‌ପିଓର ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟମାନେ ମଂଚାସିନ ଥିଲେ । ବ୍ୟବସାୟିକ କେନ୍ଦ୍ରର ସାର ଏବଂ ବିହନ ଗୋଦାମକୁ ଉଦ୍‌ଘାଟନ କରିବା ପରେ ଉପସ୍ଥିତ ସଭାକୁ ସମ୍ବୋଧନ କରି ଶ୍ରୀ ତାଲୁକଦାର ଓ ଲାଭରେ ଲାଭାଂଶ ଦେବା ଏହି ଏଫ୍‌ପିଓର ଦାୟିତ୍ୱ ଏବଂ କର୍ତ୍ତବ୍ୟ – ଏହି ଠାରେ ହିଁ ଏଫ୍‌ପିଓ ମଡେଲର ସଫଳତା ଲୁଚିଛି । ସେ ଏଫ୍‌ପିସିଏଲ୍‌ ର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହିତ ଏହି କମ୍ପାନୀର ଭବିଷ୍ୟତ ଲକ୍ଷ୍ୟ ପ୍ରତି ସହଯୋଗର ଆଶ୍ୱାସନ ଦେଇଥିଲେ । ଏହି ଅବସରରେ ଅତିଥିମାନ ଏଫ୍‌ପିସିଏଲ୍‌ଲ୍ର ସାର ଓ ବିହନ ଗୋଦାମକୁ ବୁଲି ଦେଖିଥିଲେ ଏବଂ ଚାଷୀଙ୍କ ପାଇଁ ଉପଲବ୍ଧ ସାଧନ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ବ୍ୟବସାୟ କେନ୍ଦ୍ର ଚାଷୀମାନେ ତାଙ୍କର ଉତ୍ପାଦ ବିକ୍ରୟ କରିବା, ଗୁଣବତ୍ତାଯୁକ୍ତ କୃଷି ଇନ୍‌ପୁଟ ପାଇବା ଓ ନୁଆ ପ୍ରଯୁକ୍ତି ସହିତ ଜୁଡିବାରେ ସାହାଯ୍ୟ କରିଛି । ଅନୁଷ୍ଠାନରେ ଅଂଚଳର ଅନେକ ଚାଷୀ ପ୍ରତିନିଧି, ଅନ୍ୟାନ୍ୟ ଏଫ୍‌ପିସି ଦଳର ସଦସ୍ୟ ଓ ଅନେକ ସ୍ଥାନୀୟ ନାଗରିକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.