1234

ଲକ୍ଷ୍ମୀ ବସ ଧକ୍କାରେ ବାଇକ ଆରୋହୀର ଭାଙ୍ଗିଲା ଗୋଡ : ଡାକ୍ତରଖାନାରେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କେଶ ନଂ ୧୧୬ / ୨୫ଧାରା ୨୮୧/୧୦୬(୨) ବି ଏନ ଏସ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଲକ୍ଷ୍ମୀବସ ଡ୍ରାଇଭରକୁ ଶୁକ୍ରବାର ପାଇକମାଲ ପୋଲିସ କୋର୍ଟ ଚାଲାଣ କରିଛି । ପ୍ରକାଶଥାଉକି ଗୁରୁବାର ୧୨ଟା ୫୦ ମିନିଟରେ କୁଦୋଗୁଡା ନିକଟରେ ଲକ୍ଷ୍ମୀବସ ବାଇକ ଆରୋହୀ ପ୍ରହଲ୍ଲାଦ ସୋନୀକୁ ଧକ୍କା ଦେଇଥିଲା । ସେଠାରେ ଶ୍ରୀ ସୋନୀର ଗୋଟିଏ ଗୋଡ ଭାଙ୍ଗି ଯାଇଥିଲା, ତାକୁ ୧୦୮ରେ ପଦ୍ମପୁରକୁ ପଠାଯାଇ ଥିଲା ଚିକିତ୍ସାଧୀନ ଅବସ୍ଥାରେରେ ସେ ଅପରାହ୍ନ ୩ ଟାରେ ମୃତ୍ୟୁ ବରଣ କରିଥିଲେ । ସେ ହେଲେ ଝିଟିକି ଗ୍ରାମର ପ୍ରହଲ୍ଲାଦ ସୋନୀ (୩୫) ତାଙ୍କର ଶବ ବ୍ୟବଛେଦ କରି ତାଙ୍କର ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଶୁକ୍ରବାର ଉକ୍ତ ବସର ଡ୍ରାଇଭରକୁ କୋଟ ଚାଲାଣ କରାଯାଇଛି ବୋଲି ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି ।

Leave A Reply

Your email address will not be published.