oom

ଫକୀର ଚରଣଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ (ସାଉରିଆ) ନିବାସୀ ଫକୀର ଚରଣ ଧାଉଡ଼ିଆ, ୬୪ ବର୍ଷ ବୟସରେ ବ୍ରେନଷ୍ଟ୍ରୋକ ଆକ୍ରାନ୍ତରେ ବୁଧବାର ରାତିରେ ତାଙ୍କର ପରଲୋକ ଘଟିଛି । ସ୍ୱର୍ଗତ ଧାଉଡ଼ିଆ ଜଣେ ସାହସୀ, ଧର୍ମପରାୟଣ, ସଂକୀର୍ତ୍ତନ ଗାୟକ, ମେଳାପୀ, ପରପୋକାରୀ ଭଲ ମଣିଷ ଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଛେଳି ଯାଇଛି । ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ, ଗ୍ରାମବାସୀ, ବନ୍ଧୁ ବାନ୍ଧବ ଭଣଜା, ଝିଅ ଜୋଇଁ, ପୁଅ ପୁତୁରା, ନାତି ନାତୁଣୀ ସମେତ ପରିବାର ବର୍ଗ ଘୋରଡ଼ିଆ ସ୍ଥିତ ତାଙ୍କ ବାସଭବନରେ ପହଁଞ୍ଚି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ତାଙ୍କ ମର ଶରୀରକୁ ପୁରୀ ନିଆ ଯାଇ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଏକ ମାତ୍ର ପୁତ୍ର ଅମରେଶ ଧାଉଡ଼ିଆ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.