jsm

ବରିକେଲ ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭଯାତ୍ରା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ମଣ୍ଡଳ ଦ୍ଵାରା ବରିକେଲ ଗ୍ରାମଠାରେ ଦେଶର ସାର୍ବଭୋମତ୍ଵ ବଜାୟ ରଖିବା ଏବଂ ବିର ଯବାନମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଛି । ଅପରେସନ ସିନ୍ଦୁର ଭାରତୀୟ ଯବାନଙ୍କ ପରାକ୍ରମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗଦର୍ଶନ ସାରା ଦେଶ ଦେଖିଛି । ଯାହା ଆମମାନଙ୍କ ପାଇଁ ଗୌରବ ଏହି ଶୋଭାଯାତ୍ରା ଆଜି ସେହି ମାନଙ୍କ ଉଦ୍ଦେଶ୍ୟରେ । ଏହି ପରାକ୍ରମ ବିର ଯବାନ ଏବଂ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ଜନତା ପାର୍ଟି ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ କହିଥିଲେ । ଏଥିରେ ସାମିଲ ଥିଲେ ଜିଲ୍ଲାପରିଷଦ ସଭ୍ୟା ସରସ୍ଵତୀ ସାହୁ, ସରପଂଚ ଦିନେଶ ସେଠ, ସମିତି ସଦସ୍ୟ ମନ୍ତ୍ର ସେଠ, କାଉନସିଲର ଚିନ୍ମୟ ପଣ୍ଡା, ମଣ୍ଡଳ ସଭାପତି ଦିବ୍ୟ ପଧାନ, ସୁନିଲ ଅଗ୍ରୱାଲ, ଟୁନା ଦଣ୍ଡସନା, ଅକ୍ଷୟ ସାହୁ, ଜନକ ସାହୁ, ଉପସ୍ଥିତ ଥିଲେ କାର୍ଯ୍ୟକ୍ରମକୁ ବରିକେଲ ପଂଚାୟତର ଟୁକୁ ପାତ୍ର, ଗୋଲକ ମେହେର, ରାଜେଶ ସାହୁ, ଅନନ୍ତ ସାହୁ, କ୍ଷେତ୍ରପାଲ ସାହୁ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.