jsm

ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗାଁର ପୂର୍ବତନ ସରପଞ୍ଚ ତଥା ପାଇକମାଳ କରଣ ସମାଜର ଉପ ସଭାପତି ପ୍ରମୋଦ ରାଏଙ୍କ ମା ଗୁରୁବାର ସକାଳ ୧୦ଟା ସମୟରେ ବିୟୋଗ ହୋଇଯାଇଛି । ତାଙ୍କ ମାଁ ସ୍ୱର୍ଗତ କେଶରୀ ରାଏ (୭୯) ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ଘରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ, ପୁଅ, ଝିଅ, ଜ୍ୱାଇଁ, ନାତିନାତୁଣୀ ତଥା ପରିବାର ବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି । ଶ୍ରୀମତୀ ରାୟ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ମେଳାପୀ ତଥା ପରୋପକାରୀ ମହିଳା ଥିଲେ । ତାଙ୍କ ବିୟୋଗରେ ସରୋଜ ପଟ୍ଟନାୟକ, ଘାସି ରାଏ, ଯଶୋବନ୍ତ ପ୍ରଧାନ, ମନୋଜ ପ୍ରଧାନ, ଶତ୍ରୁଘ୍ନ ସାହୁ, ପ୍ରଭାତ ପଟ୍ଟନାୟକ, ବିଜୟାନନ୍ଦ ପଟ୍ଟନାୟକ, ହେମନ୍ତ ପ୍ରଧାନ, ପ୍ରଦୀପ୍ତ ସାହୁ, ଶ୍ରୀକାନ୍ତ ସାହୁ, ଅମୂଲ୍ୟ ପଟ୍ଟନାୟକ, ଯୁବ ସାମ୍ବାଦିକ ଗିରୀଶ ଚନ୍ଦ୍ର ମାଝୀ ପ୍ରମୁଖ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ଅନ୍ତିମ ସଂସ୍କାର ସମୟରେ ବହୁ ଲୋକ ଉପସ୍ଥିତ ଥିଲେ । ତାଙ୍କ ଏକମାତ୍ର ପୁଅ ପ୍ରମୋଦ ରାଏ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

yuvodaya
Leave A Reply

Your email address will not be published.