csstore

ଉଦ୍‌ଘୋଷିକା ମୀନାକ୍ଷୀ ଧରଙ୍କ ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା

  • ଆତ୍ମ ନିରୀକ୍ଷଣ ନକଲେ ମାନବୀୟ ମୂଲ୍ୟବୋଧ ଆସିବ ନାହିଁ : ଡ. ପ୍ରଧାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆତ୍ମ ନିରୀକ୍ଷଣ ନକଲେ ମାନବୀୟ ମୂଲ୍ୟବୋଧ ଆସିବ ନାହିଁ । ନୈତିକ ମୂଲ୍ୟବୋଧ ଓ କର୍ତ୍ତବ୍ୟ ବୁଝିପାରିଲେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ବୋଲି ମିନାକ୍ଷୀ ଧର ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଛି । ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ମିନାକ୍ଷୀ ଧର ଚତୁର୍ଥ ବାର୍ଷିକ ପୂଣ୍ୟ ତିଥି ଶ୍ରାଦ୍ଧୋତ୍ସବ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ଵ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି, ଇଂ ଭାରତ ଭୂଷଣ ମହାନ୍ତି ସମ୍ମାନିତ ଅତିଥି, ସ୍ୱତନ୍ତ୍ର ଅତିଥି ଭାବେ ଡ଼ଃ ସୁମନ ଦତ୍ତ ଓ ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ମିନାକ୍ଷୀ ଧରଙ୍କ ସ୍ମୃତି ଚାରଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ତନ୍ତୀ ସ୍ୱର୍ଗତା ଧରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଜଣେ ଦୁନିଆରୁ ହଜିଗଲା ପରେ ତା’ର କୃତି ଓ ସାମର୍ଥ୍ୟ ଜଣାପଡେ । ମିନାକ୍ଷୀ ଜଣେ ଅନନ୍ୟ ଉଦଘୋଷକ ତଥା ସଂଗଠକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସମ୍ମାନିତ ଅତିଥି ଇଂ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ମୃତ୍ୟୁଟା ଆତ୍ମା ସିଦ୍ଧ କରେ । ମିନାକ୍ଷୀ ରାଉରକେଲା ବାସୀଙ୍କ ହୃଦୟରେ ରହିଛନ୍ତି । ମୁଖ୍ୟବକ୍ତା ଡଃ ପ୍ରଧାନ ଆଲୋଚ୍ୟ ବିଷୟ ମାନବିକ ମୂଲ୍ୟବୋଧ ଭିତ୍ତିକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏକମାତ୍ର ବିକଳ୍ପ ସମ୍ପର୍କରେ ମାର୍ମିକ ଆଲୋଚନା କରି ଉପରୋକ୍ତ ବକ୍ତବ୍ୟ ସହ କହିଲେ ଯେ ଅଶାନ୍ତି ଆସେ ମାନବୀୟ ମୂଲ୍ୟବୋଧର ଅବକ୍ଷୟରୁ । ପରଷ୍ପର ସହଭାଗିତାରେ ଶାନ୍ତି ପ୍ରତିଷ୍ଠା ସମ୍ଭବ । ଏହା ସହ ସେ ନାଗରିକଙ୍କ କର୍ତ୍ତବ୍ୟ, ବିବେକ, ଧର୍ମ, ମାନବୀୟ ମୂଲ୍ୟବୋଧ, ବୌଦ୍ଧିକ ମୂଲ୍ୟ ତଥା ଧର୍ମ କିପରି ସତ୍ୟ, ସନାତନ, ବିଜ୍ଞାନ ସେ ସମ୍ପର୍କରେ ବ୍ୟାପକ ତଥା ମାର୍ମିକ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଅତିଥି ଡ଼ଃ ଦତ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଡ଼ଃ କିଶୋରୀ ଦାଶଙ୍କୁ ମିନାକ୍ଷୀ ଧର ସ୍ମତି ସାରସ୍ଵତ ସମ୍ମାନ, ଶୁଭ ପଟ୍ଟନାୟକଙ୍କୁ ମିନାକ୍ଷୀ ଧର ସ୍ମୁତି ସେବା ସମ୍ମାନ, ଝିଲିମା ମହାନ୍ତିଙ୍କୁ ମିନାକ୍ଷୀ ଧର ସ୍ମୁତି ଉଦଘୋଷିକା ସମ୍ମାନ, ସ୍ମିତା ମିଶ୍ରଙ୍କୁ ମିନାକ୍ଷୀ ଧର ସ୍ମୃତି ସଂଗୀତ ସମ୍ମାନରେ ଉପଢୌକନ, ମେମୋଣ୍ଟୋ ଓ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା ବେଳେ ସିଲି ମହାନ୍ତି ଓ ବିଭୁ ନାୟକ ମାନପତ୍ର ପାଠ କରିଥିଲେ । ମମତା ନାୟକ, ଡା କୃପାସିନ୍ଧୁ ନାୟକ, କଳ୍ପନା ଶତପଥୀ ମିନାକ୍ଷୀଙ୍କ ସ୍ମୃତି ଚାରଣ କରିଥିଲା ବେଳେ ସବିତାରାଣୀ ବେହେରାଙ୍କ କବିତାକୁ ଡ଼ଃ ସୁମନ ଦତ୍ତ ପାଠ କରିଥିଲେ । ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଇଂ ଅଶୋକ କୁମାର ପଟ୍ଟନାୟକ, ଜଗନ୍ନାଥ ରାଉତ, ବିବେକ ଦାସ, ମୀରା ଦାସ, ସୁନିଲ ମହାନ୍ତି, ଆକାଶ ସୁନା ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ ବ୍ରଜେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭୟ କୁମାର ଦାସ, ଚନ୍ଦ୍ରଶେଖର ଶତପଥୀ, ଭଗବାନ ପତି, ସଞ୍ଜୀବ ମହାନ୍ତି, ଅକ୍ଷୟ ଦାସ, କରୁଣାକର ପାଟ୍ଟଶାଣୀ, ରାମକୃଷ୍ଣ ତ୍ରିପାଠୀ, ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ, ଶୈଳେନ୍ଦ୍ର ମହାନ୍ତି, ଗଙ୍ଗାଧର ଦାଶ, ଲକ୍ଷ୍ମଣ ଦାସ, କୁଞ୍ଜବିହାରୀ ସାହୁ, ପ୍ରଶାନ୍ତ ଦାସ,ଝୁନୁ ନାୟକ ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଆବାହକ ଶ୍ରୀ ଧର ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି ।

jayashree
Leave A Reply

Your email address will not be published.