jittmm

୩୨ କେଜି ଗଞ୍ଜେଇ ସହ କାର ଜବତ : ୨ ଗିରଫ

ତୁଷୁରା, (ଖୁସିରାନୀ ସାହୁ) : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା– ଖଇରଗୁଡ଼ା ରାସ୍ତାରେ ଚଢାଉ କରି ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଧାରାଣୀ ପଡାର ଉମାକାନ୍ତ ସେଠ ଓ କଂସାରି ପଡାର ରତନ ସିଂ ବୋଲି ଜଣାପଡିଛି । ପ୍ରକାଶ ଯେ, ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଖଇରଗୁଡା ରାସ୍ତା ଦେଇ ଏକ କାରରେ ବ୍ୟାପକ ଭାବେ ଗଞ୍ଜେଇଚାଲଣ ହେଉଥିବା ଖବର ମିଳିଥିଲା । ତେଣୁ ପୂର୍ବରୁ ହିଁ ବିଭାଗ ଛକି ବସିଥିଲା ଏବଂ କାରକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡି ଡିକିରେ ବିପୁଳ ପରିମାଣରେ ଗଞ୍ଜେଇ ଭର୍ତି ଥିବା ଦେଖିବାକୁ ମିଳିଥିଲା । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଉକ୍ତ କାରକୁ ଜବତ କରିବା ସହ ଗଞ୍ଜେଇକୁ ଜବତ କରିଥିଲା । ଯାହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ଏନେଇ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ସହ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.