ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌ଙ୍କ ବଡ ଘୋଷଣା : ମହିଳା ଓ ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୁଲିସ ଶାଖା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟଚାରକୁ ରୋକିବା ପାଇଁ ରାଜ୍ୟ ପୁଲିସର ଏକ ସ୍ୱତନ୍ତ୍ର ଶାଖା ଖୋଲିବାକୁ ଘୋଷଣା କରିଛନ୍ତି । ତେବେ ଏଥିରେ ପୁଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫରେନ୍ସିକ୍ ଓ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଂଜୁର କରାଯାଇଥିବା ବେଳେ ଏହି ଶାଖା ପରିଚାଳିତ ହେବ ଜଣେ ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ । ଏଥିରେ ନିୟୋଜିତ ହେବେ ଦୁଇ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଓ ୧୪ ଜଣ କନଷ୍ଟେବଳ । ଏହା ସହିତ ୫ଜଣ ମନି‌ଷ୍ଟରିଆଲ୍‌ ଷ୍ଟାଫ୍‌ ପଦବୀକୁ ମଧ୍ୟ ମଂଜୁର କରାଯାଇଛି।

Leave A Reply

Your email address will not be published.