centurian jitm

ବେଲପଡା ଠାରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡା ଠାରେ ଆଜି ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଇଛି । ଉକ୍ତ କାର୍ଯ୍ୟକ୍ରମରେ ବେଲପଡା ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ, ଓଏଲ୍‌ଏମ୍‌ ସଂସ୍ଥା ଏବଂ ବିଜେପିର ୨ଶହରୁ ଅଧିକ କର୍ମୀ ଯୋଗଦାନ କରିଥିଲେ । ଏହି ପଦଯାତ୍ରା ବେଲପଡା ତାରିଣୀ ମନ୍ଦିରରୁ ବାହାରି ବେଲପଡା ବସ୍ତି ପରିକ୍ରମା କରିଥିଲେ । ତାପରେ ବିଜେପିର ଏକ କର୍ମୀ ସମ୍ମିଳନୀ ବେଲପଡା ସ୍ଥିତ ଡୁଙ୍ଗୁରିପାଲିର ଆମ୍ବ ବଗିଚାରେ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୭ ଜଣ ପୂର୍ବତନ ସୈନିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏବଂ ବିଜେପିର ବେଲପଡା ମଣ୍ଡଳର ନୂତନ କମିଟି ଘୋଷଣା କରି ଜିଲ୍ଲା ସଭାପତି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ତନ୍ମୟ ଦାଶ, ଜିଲ୍ଲା ପରିଷଦ ସଭ୍ୟା ଶବ୍ଦ ମିର୍ଦ୍ଧା ଏବଂ ମଣ୍ଡଳ ସଭାପତି ମାନଙ୍କ ସହିତ ଶତାଧିକ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.