csstore

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି । ଶାହା ଚାରିଟେବୁଲ୍ ଟ୍ରଷ୍ଟ ବୋର୍ଡର ମୁଖ୍ୟ ପୁରୋଧା ଜୀବନ ଶାହା ବାବାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୃକ୍ଷ ହିଁ ଆମ ଜୀବନ ବୋଲି ଜନ ସଚେତନତା ସୃଷ୍ଟି କରାଯାଇଛି । ସର୍ବଶ୍ରୀ ଏ. ଟଙ୍କଧର ରେଡ୍ଡୀ, ଘନଶ୍ୟାମ ମୁଦୁଲି, ରାଜେନ୍ଦ୍ର ନାହକ, କାହ୍ନୁ ଚରଣ ବେହେରା, ସଞ୍ଜୀବ ରେଡ୍ଡୀ, ଏସ୍. ନାଗାରାଓ ରେଡ୍ଡୀ, ଚନ୍ଦ୍ର ଶେଖର ଆଚାର୍ଯ୍ୟ, ଭି. ଜଗା ରାଓ ରେଡ୍ଡୀ, ଲକ୍ଷ୍ମୀ ନାରାୟଣ ରେଡ୍ଡୀ ପ୍ରମୁଖ ଗ୍ରାମର ଭଦ୍ରମଣ୍ଡଳୀ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ମହତ୍ତ୍ୱପୂର୍ଣ୍ଣ ଜନହିତକର କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ସ୍ୱେଚ୍ଛାସେବୀ ଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଜଳଦାନ କରିଛନ୍ତି । ସେମାନେ ଦୈନିକ ନୀତି ବୃକ୍ଷର ସଯତ୍ନ କରିବା ସାଂଗକୁ ଦୈନିକ ଜଳ ଦାନ କରିବାକୁ ବଜ୍ର ଶପଥ ଗ୍ରହଣ କରିଛନ୍ତି । ସର୍ବୋପରି ବୃକ୍ଷ ରୋପଣ ଏକ ମହତ୍ତ୍ୱପୂର୍ଣ୍ଣ ସେବା, ଲୋକଟିଏ ଗଛ ଟିଏ, ସୁସ୍ଥ ପରିବେଶ, ସୁନ୍ଦର ପରିବେଶ ବୋଲି ସ୍ଲୋଗାନମାନ ଦେଇ ଉକ୍ତ ଗ୍ରାମରେ ଜନ ସଚେତନତା ଅଭିଯାନ ସୃଷ୍ଟି କରିଥିଲେ ।

jayashree
Leave A Reply

Your email address will not be published.