
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଟ୍ରାକ୍ଟର-ପିକ୍ଅପ୍ ମୁଁହାମୁଁହି । ୨ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଦୁର୍ଗାମଣ୍ଡପ ଛକ ନିକଟରେ ପିକଅପ୍ ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକ୍ଅପ୍ ଗାଡ଼ିର ଚାଳକ ଏବଂ ହେଲ୍ପର ଆହତ ହୋଇଥିବା ବେଳେ ଟ୍ରାକ୍ଟରର ଚାଳକ ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି । ସୂଚନା ଅନୁସାରେ ଛତିଶଗଡରୁ ଏକ ପିକ୍ଅପ୍ ଭ୍ୟାନ୍ ସୁବର୍ଣ୍ଣପୁରକୁ ଆସୁଥିବା ବେଳେ ସୁବର୍ଣ୍ଣପୁର ପଟରୁ ଯାଉଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ସହ ଉକ୍ତ ସ୍ଥାନରେ ମୁଁହାମୁହିଁ ହୋଇଥଲା । ଫଳରେ ଉଭୟ ଗାଡ଼ି ଚୁର୍ମାର୍ ହୋଇଯାଇଥିଲା ଓ ପିକ୍ଅପ୍ ଭ୍ୟାନ୍ର ଚାଳକ ଏବଂ ହେଲପର ଗାଡ଼ି ଭିତରେ ଚାପି ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର ମାରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।