
ପାଟଣାଗଡ଼, (ଅଶୋକ କୁମାର ବାଗ) : ସିଆର୍ପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ସୂଚନା ଅନୁଯାୟୀ ଘସିଏନ ଗ୍ରାମର ବଲ୍ଲଭ ଭୋଇଙ୍କ ପୁଅ ଭକ୍ତରାମ ଭୋଇ (ଗଣେଶ) ସେ ଛୁଟିରେ ନିଜ ଗାଁକୁ ଆସିଥିବା ବେଳେ ୧୬ ତାରିଖରୁ ନିଖୋଜ ଥିଲେ । ଗତକାଲି ତାଙ୍କ ପରିବାର ଲୋକ ଲରମ୍ଭା ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିବା ବେଳେ ଆଜି ଗଣେଶଙ୍କ ମୃତଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ଘଟଣାର ଖବର ପାଇ ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏନେଇ ଲରମ୍ଭା ଥାନା ୟୁଡି କେସ୍ ନଂ ୮/୨୦୨୫ ରେ ଏକ ମାମଲା ୠଜୁକରି ଘଟଣାର ତଦନ୍ତ କରୁଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଲରମ୍ଭା ଥାନାଧିକାରୀ ଭାନୁପ୍ରସାଦ ୟାଦବ ସୂଚନା ଦେଇଛନ୍ତି । ଅନ୍ୟପଟେ ମୃତକଙ୍କ ଗୋଟିଏ କନ୍ୟା ସନ୍ତାନ ଥିବା ଜଣାପଡିଛି ।