oom

୪ଦିନ ପରେ ମଧ୍ୟ କରିସ୍ମା ମୃତ୍ୟୁ ଘଟଣାର ଟେର ପାଉନି ଖପ୍ରାଖୋଲ ପୋଲିସ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର କରିସ୍ମା ମୃତ୍ୟୁ ଘଟଣାରେ କୌଣସି ସୁରାକ କି ଟେର ପାଇ ପାରୁନି ଖପ୍ରାଖୋଲ ପୋଲିସ । କାହିଁକି ଓ କଣ ପାଇଁ କରିସ୍ମାଙ୍କ ଏମିତି ମୃତ୍ୟୁ ହେଲା ଏବଂ ଏହି ଘଟଣାରେ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି କୌଣସି ଠୋସ ପ୍ରମାଣ ପୋଲିସ ହାତରେ ଏପର୍ଯ୍ୟନ୍ତ ଲାଗିନି । ୧୩ ତାରିଖ ସନ୍ଧ୍ୟା ସମୟରେ ଘୁଚାପାଲି ଗ୍ରାମର ବେଣୁଧର କୁମ୍ଭାରଙ୍କ ସ୍ତ୍ରୀଙ୍କ ମୃତଦେହ ଏକ ଓଢଣୀ ସାହାଯ୍ୟରେ ଘରଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ବେଣୁଧରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ବେଣୁଧର ଏବଂ ତାଙ୍କ ବାପା ଟିକେଲାଲ କୁମ୍ଭାର ଦୁଇ ମାସ ହେଲା କେରଳ ଏବଂ ହାଇଦ୍ରାବାଦର କୌଣସି କମ୍ପାନୀରେ ଦୁହେଁ କାମ କରୁଥିଲେ । ଅନ୍ୟପଟେ ମୃତା କରିସ୍ମାଙ୍କ ବାପା ଲକ୍ଷ୍ମଣ ଦୀପ ଖପ୍ରାଖୋଲ ଥାନାରେ ମୋ ଝିଅକୁ ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ । ଘଟଣା ଘଟିବା ସମୟରେ ବେଣୁଧର କେରଳରେ ଥିଲେ କିନ୍ତୁ ସେ ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ନିଜ ଘରକୁ ନେଇଥିଲା ବୋଲି ପୋଲିସ ବେଣୁଧରକୁ ଅପହରଣ ଏବଂ ପୋକସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି । କରିସ୍ମାର ମୃତଦେହରେ ଥିବା କ୍ଷତ ଚି଼ହ୍ନ ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ନିରୀକ୍ଷଣ କରି କରିସ୍ମାଙ୍କ ବାପା ହତ୍ୟା ଅଭିଯୋଗ ଆଣିଥିବାବେଳେ ଏହା ଏକ ସୁପରିକଳ୍ପିତ ହତ୍ୟା, ଏହି ଘଟଣାରେ ବେଣୁଧରଙ୍କ ପରିବାର ଲୋକ ମଧ୍ୟ ସାମିଲ ଅଛନ୍ତି, ପୋଲିସ ସେ ଦିଗରେ ଦୃଷ୍ଟି ଦେଉନାହିଁ ବୋଲି ଲକ୍ଷ୍ମଣ ଦୀପ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.