centurian jitm

ପୁଅ -ଝିଅକୁ ବିଷ ଦେଇ ବାପା ପିଇଲା ବିଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ପାରଳା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଅ-ଝିଅକୁ ବିଷ ଦେଇ ବାପା ପିଇଲା ବିଷ । ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଓ ଝିଅ ଗୁରୁତର ହୋଇଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ପାରଳା ସାହିର ନାନୁ ପାଣିଗ୍ରାହୀ ନିଜ ସାତ ବର୍ଷୀୟ ପୁଅ ଏବଂ ଏଗାର ବର୍ଷୀୟା ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସମ୍ପର୍କୀୟମାନେ ଏହା ଦେଖି ତିନି ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଚିକିତ୍ସା ବେଳେ ଶିଶୁ ପୁଅର ମୃତ୍ୟୁ ଘଟିଛି । ବାପା-ଝିଅଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ନାନୁଙ୍କ ସ୍ତ୍ରୀ ବିଷ କ୍ରିୟାରେ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.