
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦମ୍ପତିଙ୍କୁ ଛୁରୀ ଦେଖାଇ ଲୁଟିନେଲେ ଗହଣା । ଘଟଣା ସ୍ଥଳରେ ପୁଲିସର ତଦନ୍ତ । ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ବୋଲେରୋରେ ପ୍ରାୟ ୮ରୁ ୧୦ ଜଣ ଦୃର୍ବୁତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ପଶି ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଟାଣି ନେବା ସହିତ ଘରେ ଥିବା ଅତି ପୁରୁଣା ଆଲମାରୀ ମଧ୍ୟ ଉଠାଇ ନେଇଯାଇଛନ୍ତି । ସେଥିରେ ପ୍ରାୟ ୧୦ରୁ ୧୧ କେଜି ସୁନା ଥିବା ଜଣାପଡିଛି । ଦୁର୍ବୁତ୍ତଙ୍କ ଭୁଜାଲି ମାଡ଼ରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ରାୟଗଡ଼ା ଏସ୍ଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ଘଟଣାର ତନାଘନା କହୁଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ଟେର୍ ପାଉନି ପୋଲିସ । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।