jsm

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

csstore

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ଜୁନିୟର ଫୁଟବଲ କ୍ଲବ ରୁପ୍ସା ଫୁଟବଲ କ୍ଲବକୁ ଟାଇ ବ୍ରେକର ଜରିଆରେ ୬ – ୫ ଗୋଲରେ ପରାସ୍ତ କରିଥିଲା । ଖେଳର ନିର୍ଦ୍ଧିଷ୍ଟ ସମୟ ଭିତରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ କରିଥିଲେ । ଜୁନିୟର କ୍ଲବର ପଣ୍ଡା ଓ ସିଦୁ ଗୋଟିଏ ଲେଖାଏଁ ଏବଂ ରୁପ୍ସାର ହରିଶ ଓ ଲକ୍ଷ୍ମଣ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଦ୍ଵିତୀୟ ମ୍ୟାଚ୍‌ରେ ଭେଟେରାନ ଫୁଟବଲ କ୍ଲବ ଜିତୁ ଫୁଟବଲ କ୍ଲବକୁ ଟାଇବ୍ରେକର ଜରିଆରେ ୪ – ୩ ଗୋଲରେ ପରାସ୍ତ କରିଥିଲା । ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ଫାଓ ଉପ ସଭାପତି ଅସିତ ପତି, ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ପୂର୍ବତନ କୋଚ୍‌ କୁମାର ରଞ୍ଜନ ପଣ୍ଡା, ବିଶିଷ୍ଟ ଫୁଟବଲ ଖେଳାଳି ପ୍ରଦୀପ କିଶୋର ମହାନ୍ତି, ଯଦୁନାଥ ମାଝୀ, କୈଳାସ ବେହେରା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଫୁଟବଲ ସମ୍ପାଦକ ଅମର କୁମାର ସେଠି ଓ ବିଜୟ କୁମାର ଦାସ (ମଣ୍ଟୁ ଦା) ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ ଲୋହିତ ଦାଶ, ବିନୋଦ ରାମ, ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ସୁକେନ୍ଦୁ ଦାସ ଓ ରବୀନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.