
- ଯୋଗଦେଇ ସମବେଦନା ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ବରିଷ୍ଠ ଲାୟନ କ୍ଲବର ସଦସ୍ୟ ସଞ୍ଜୟ ସାହୁଙ୍କ ସ୍ମୃତି ସଭାରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଚଳିତ ମାସ ୨୬ ତାରିଖ ସକାଳେ ହୃଦଘାତରେ ସ୍ୱର୍ଗତ ସଞ୍ଜୟ ସାହୁଙ୍କ ପରଲୋକ ହୋଇଥିଲା । ସ୍ୱର୍ଗତ ସଞ୍ଜୟ ସାହୁ ଟିଟିଲାଗଡ଼ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ଏବଂ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ହେବା ସହ ପିଏମ୍ସିସି ଏବଂ ଡି ଜି ପଦବୀରେ ରହି ନିଜର ଅଞ୍ଚଳର ବିକାଶ ପାଇଁ ତଥା ଲୋକଙ୍କ ପାଇଁ ସେବା ସହଯୋଗର ହାତ ବଢ଼ାଉଥିବା ଏକ ବିଶିଷ୍ଟ ବ୍ୟକ୍ତି ଥିଲେ । ସ୍ୱର୍ଗତ ସଞ୍ଜୟ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ରବିବାର ସଂଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂଦେଓ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ସରୋଜ ମେହେର, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଲାୟନ୍ସ କ୍ଳବର ଡ଼ିଜି ଲାୟନ ପ୍ରଦୀପ ଅଗ୍ରୱାଲ, ପିଡିଜି ଯମୁନା ପ୍ରସାଦ ଗୋଏଲ, ପ୍ରବୀଣ ଅଗ୍ରୱାଲ, ବେଣୁ ମାଧବ ଦୋରା, ପଦ୍ମ ଚରଣ ନାୟକ, ହର୍ଦିପ ସିଂ, ଜସ ବିର ସିଂ ହୁରା, ବ୍ରିଜ ମୋହନ ଅଗ୍ରୱାଲ, ଦିଲୀପ ଦାସ, ଅଶ୍ଵିନୀ ବାବୁ, ଭିଡିଜି ୱାନ ମମତା ଗୌତମ, ଭିଡିଜି – ଟୁ ଦୂର୍ଗେସ ନନ୍ଦିନୀ ଏବଂ ଟିଟିଲାଗଡ଼, କେସିଙ୍ଗା, କଣ୍ଟାବାଞ୍ଜି, ପାଟଣାଗଡ, ରାଉରକେଲା, ସମ୍ବଲପୁର ସେଣ୍ଟ୍ରାଲ , ପଦମପୁର , ରାୟଗଡ଼ା, ଭୁବନେଶ୍ୱର, ବୁର୍ଲା ପ୍ରଗତି, ହୀରାକୁଦ, ଟିଟିଲାଗଡ଼ ସହର ତଥା ତଥା ରାଜ୍ୟ ବାହାରୁ ମଧ୍ୟ ଲାୟନ୍ସ କ୍ଲବର ସଦସ୍ୟମାନେ ଆସି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଈଶ୍ୱର ଜୈନ । ସ୍ବର୍ଗତ ସାହୁଙ୍କ ନିଧନରେ ସମଗ୍ର ଅଞ୍ଚଳ ତଥା ଲାୟନ୍ସ କ୍ଲବ ପାଇଁ ଏକ ବିରାଟ କ୍ଷତି ହେବା ସହ ଗୋଟିଏ ହୃଦୟବାନ ବ୍ୟକ୍ତିଙ୍କୁ ହରେଇଛୁ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।