
ଭୁବନେଶ୍ୱର : ଆଗକୁ ଆହୁରି ବଢ଼ିବ ତାତି । ୪୫ ଡିଗ୍ରୀ ଡେଇଁପାରେ ପାରଦ । ରାଜ୍ୟରେ ଆଗକୁ ଆହୁରି ପ୍ରଚଣ୍ଡ ତାତି ଅନୁଭୂତ ହେବ । ପଶ୍ଚିମ ଓଡ଼ିଶା ତତଲା ଲୌହପିଣ୍ଡ ପାଲଟିବ । କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ । ଆଜି ସମ୍ବଲପୁର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ । ମଙ୍ଗଳବାର ଏହି ଦୁଇ ସ୍ଥାନରେ ତାତି ୪୫ ଡିଗ୍ରୀ ରହିପାରେ । ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଛଟପଟ କରିବ ତାତି ଓ ଗୁଳୁଗୁଳି । ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଦେଇଛି ।