oom

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦ୍‌ଘାଟିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଏକ ସ୍ମାର୍ଟ ୱାଟର ଷ୍ଟେସନ ପାଠାଗାର ସମ୍ମୁଖରେ ଉଦଘାଟିତ ହୋଇଯାଇଛି । ବିଶ୍ୱ ମାତୃ ଦିବସ ଉପଲକ୍ଷେ ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱ, ପ୍ରାକ୍ତନ ସଭାପତି ରୋଟାରୀଆନ ଗଣେଶ୍ୱର ପଟ୍ଟନାୟକଙ୍କ ମଞ୍ଚ ସଂଯୋଜନା ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ତନ୍ତୀଙ୍କ ଆବାହକତ୍ୱରେ ପାଠାଗାର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେରେ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ର ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଅଖିଲ କୁମାର ମିଶ୍ର, ପ୍ରାକ୍ତନ ଜିଲ୍ଲା ଗଭର୍ଣ୍ଣର ମଞ୍ଜିତ ସିଂ ଆରୋରା, ରୋଟାରିଆନ ଏଡିଜି ଅର୍ଚ୍ଚନା ମହାନ୍ତି, ଗୋପବନ୍ଧୁ ପାଠାଗାରର ଗିରିଜା ଶଙ୍କର ଗୋସ୍ୱାମୀ ଓ ସମ୍ପାଦକ ହରିହର ଶତପଥୀ ପ୍ରମୁଖ ଯୋଗଦେଇ ଭାଇବ୍ରାଣ୍ଟର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ପାତ୍ରଙ୍କ ପୁତ୍ର ରୋଟ୍ରାକ୍ ମଧ୍ୟମ ପାତ୍ର ତାଙ୍କ ସ୍ୱର୍ଗତ ମାତା ଗଙ୍ଗୋତ୍ରୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଥଚାରୀଙ୍କ ପାଇଁ ଏକ ପାନୀୟଜଳ ମେସିନ ( ସ୍ମାର୍ଟ ୱାଟର ଷ୍ଟେସନ)କୁ ସମସ୍ତ ଅତିଥି ଲୋକାର୍ପିତ କରିଥିଲେ । ମୁଖ୍ୟଅତିଥି ଓ ଅନ୍ୟ ସମସ୍ତ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ମାନବ ସେବା ହିଁ ମାଧବ ସେବା, ତୃଷାର୍ତ୍ତକୁ ପାଣି ଯୋଗାଇବା ଏକ ଧାର୍ମିକ ତଥା ମାନବୀୟ କାର୍ଯ୍ୟ ଓ ରୋଟାରୀ କ୍ଲବ ମାନବ ସେବା ପାଇଁ ସମର୍ପିତ ବୋଲି ମତ ରଖିବା ସହ ରୋଟ୍ରାକ୍ ମଧ୍ୟମ ଓ ରୋଟାରିଆନ ପାତ୍ରଙ୍କୁ ସାଧୁବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଇବ୍ରାଣ୍ଟ ତରଫରୁ ରୋଟାରୀଆନ ଡ଼ଃ ସଞ୍ଜୁକ୍ତା ପତି, ରୋଟାରୀଆନ ଅନିତା ନାୟକ, ରୋଟାରୀଆନ ବିଜୟଲକ୍ଷ୍ମୀ ତ୍ରିପାଠୀ, ରୋଟାରୀଆନ ସବିତା ମହାନ୍ତି, ରୋଟାରୀ ଆନ କାଜଲ ପାଢ଼ୀ, ରୋଟାରୀ ଆନ ପ୍ରଦ୍ୟୁମ୍ନ ବିଶ୍ୱାଳ ଓ ବିଭିନ୍ନ ରୋଟାରୀ କ୍ଲବର ସଭାପତି, ସମ୍ପାଦକ, ତଥା ପାଠାଗାର ତରଫରୁ ହରିହର ନାୟକ, ବିଶ୍ୱନାଥ ଜେନା, ସୂର୍ଯ୍ୟ ନାରାୟଣ ପଣ୍ଡା, ରବିନ୍ଦ୍ର ସରାଫ, ଜ୍ଞାନେନ୍ଦ୍ର ରାୟ, ଡ. ଶକ୍ତିପ୍ରସାଦ ସାମନ୍ତରାୟ, ରାଜୀବ ପାଣି, ରାଧାମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଭାପତି ରୋଟାରୀଆନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଭାଇବ୍ରାଣ୍ଟର ସମ୍ପାଦକ ରୋଟାରୀଆନ ବସନ୍ତ କୁମାର ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.