ବୀର ସୁରେନ୍ଦ୍ର ସାଏ କ୍ଲବ, ନାୟକ ପଡା ଆନୁକୁଲ୍ୟରେ ଗୁଣନିଧି ମେମୋରିଆଲ ଚାଲେଞ୍ଜ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବରଗଡ ନାୟକପଡା, ବୀର ସୁରେନ୍ଦ୍ର ସାଏ କ୍ଲବ ଠାରେ, ସ୍ୱାଧୀନତା ସଂଗ୍ରାମୀ “ବୀର ସୁରେନ୍ଦ୍ର ସାଏ”ଙ୍କ ଜୟନ୍ତୀ ତଥା କ୍ଲବର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଜୟନ୍ତୀ ଅବସରରେ କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ଆଇନଜୀବୀ ତଥା କ୍ଲବର ବୟୋଜ୍ୟେଷ୍ଠ ପରାମର୍ଶ ଦାତା କମିଟିର ସଭ୍ୟ ରହିଥିବା ସ୍ୱର୍ଗତ ଗୁଣନିଧି ଦାଶଙ୍କ ସ୍ମୃତିରେ “ଗୁଣନିଧି ମେମୋରିଆଲ ଚାଲେଞ୍ଜ ବ୍ୟାଟମିନଟନ” ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅଥିତି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦେବତା, ଶ୍ରୀଯୁକ୍ତ ରଘୁନାଥ ସେଠ୍ ଓ ପୂର୍ବତନ ବିଧାୟକ ଶ୍ରୀ ରଞ୍ଜନ ମହାନନ୍ଦ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ, ଗତ ଲୋକସଭା ନିର୍ବାଚନରେ ଲଢ଼ିଥିବା ଶ୍ରୀଯୁକ୍ତ ପ୍ରଦୀପ ଦେବତା, ବରିଷ୍ଠ କଂଗ୍ରେସ ସଭ୍ୟ ଦୟାସାଗର ମଣ୍ଡଳୀ ଓ ସରୋଜ ମହାପାତ୍ର ଯୋଗଦାନ କରିଥିଲେ । ପ୍ରତିଯୋଗିତାରେ ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ଅତାବିରା, ପଦ୍ମପୁର, ସୋନପୁର ଓ ପ୍ରାୟ ଷାଠିଏ ଦଳ ଯୋଗଦାନ କରିଥିଲେ । ଶେଷରେ ସିନିୟର ଖେଳାଳି ଦଳ ଭାବେ ବଲାଙ୍ଗୀର ଦଳ ଓ ଜୁନିୟର ଦଳ ଭାବେ ଝାରସୁଗୁଡା ବିଜୟୀ ହୋଇଥିଲେ । ଫାଇନାଲ ପ୍ରତିଯୋଗୀ ମାନଙ୍କୁ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ଲେକ କ୍ରିକେଟ୍ ଦଳର ଅଧିନାୟକ ଚନ୍ଦନ ରଏ, ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ । କ୍ଲବର ବର୍ଷିକୋତ୍ସଵ ପାଇଁ ପରାମର୍ଶ ଦାତା କମିଟିର ସଭ୍ୟ ଶ୍ରୀ ଶଙ୍କର ପ୍ରସାଦ ଦାଶ ଅଧ୍ୟକ୍ଷତା କରିଥିବା ବେଳେ, ଶ୍ରୀ କରୁଣାକର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ନିପନ ଦାଶ୍ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ସମ୍ପାଦକ ଭଲେନାଥ ଦାଶ୍ ବିବରଣୀ ପାଠ କରିଥିଲେ ଓ ଶେଷରେ ଉପସଭାପତି ସତ୍ୟବ୍ରତ ଦାଶ୍ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାକୁ ଜିନ ପତି, ସଚି ପଣ୍ଡା, ସୁବଳ ନାୟକ, ମଙ୍ଗତୁ ଅଗ୍ରୱାଲ, ଦିନେଶ ଧନୁକା, ଦୀପକ ରେଖାନୀ , ଅଭିଷେକ ଦାଶ୍, ଶେଷଦେଵ ସିଂ, ଆନନ୍ଦ ନାୟକ, ସପନ ଦାଶ୍, ସୋମ କୁଣ୍ଡୁ, ଅଭିଷେକ ଶର୍ମା, ସୁଭମ ଦାଶ୍, ଶାନ୍ତନୁ ଦାଶ୍, ପିକୁନ ନାୟକ ଓ ସ୍ୱାଗତ ଦାଶ୍ ପ୍ରମୁଖ ସଭ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.