oom

ଦୀର୍ଘ ୨୦ବର୍ଷ ପରେ ବାନ୍ଦୁପଲାରେ ୫୫ଜଣ ଭୂମିହୀନଙ୍କୁ ଜମି ଚିହ୍ନଟ ସହ ଦଖଲ ଅଧିକାର ପ୍ରଦାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ଇଚ୍ଛାପଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମର ୫୫ଜଣ ଭୂମିହୀନ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଦୀର୍ଘ ୨୦ବର୍ଷ ପରେ ୪ଡିସିମିଲ ଲେଖାଏଁ ଜମି ଚିହ୍ନଟ କରି ସୀମା ନିର୍ଦ୍ଧାରଣ ସହ ଦଖଲ ଅଧିକାର ପ୍ରଦାନ କରାଯାଇଛି ।ଏହି ଭୂମିହୀନ ପରିବାରମାନଙ୍କୁ ୨୦୦୬ମସିହାରେ ୪ଡିସିମିଲ ଲେଖାଏଁ ଜମିପଟ୍ଟା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମି ଚିହ୍ନଟ କିମ୍ବା ଦଖଲ ଅଧିକାର ପ୍ରଦାନ କରାଯାଇନଥିଲା । ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ତଥା ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଚ୍ଛାପଡ଼ା ରାଜସ୍ୱ ନିରୀକ୍ଷକ ହୃଦାନନ୍ଦ ବାଗ, ତହସିଲ କୋର୍ଟ ଅମୀନ ଗୋବିନ୍ଦ ମଲ୍ଲିକ, ଥାନା କର୍ମଚାରୀଙ୍କ ସହ ସମସ୍ତ ଭୂମିହୀନ ପରିବାର ତଥା ବାନ୍ଦୁପଲା ଗ୍ରାମବାସୀ ଉପସ୍ଥିତ ଥିଲେ । ଜମି ଚିହ୍ନଟ ସହ ଦଖଲ ଅଧିକାର ପାଇ ପାରିଥିବାରୁ ଏହି ଭୂମିହୀନମାନେ ଖୁସିବ୍ୟକ୍ତ କରିବା ସହ ତହସିଲଦାର ଶ୍ରୀ କର୍ତ୍ତାମୀଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.