centurian jitm

ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଦୁଇ ବର୍ଷ ମଧ୍ୟରେ କେହି ଜଣେ ଛାତ୍ରଛାତ୍ରୀ ପାଇ ନାହାନ୍ତି ଏ – ୧ ଗ୍ରେଡ଼

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଏହି ଫଳରୁ ଜଣାପଡିଛି ଯେ ଏଥର ଖପ୍ରାଖୋଲ ବ୍ଲକର ୨୩ଟି ବିଦ୍ୟାଳୟରେ ମୋଟ ୧୪୭୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୪୨୫ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ୫୩ ଜଣ ଫେଲ କରିଥିବା ଜଣାପଡିଛି । ଯାହାର ପାସ୍ ହାର ୯୬. ୪୧ ବୋଲି ସୂଚନା ମିଳିଛି । ସରକାର ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଖପ୍ରାଖୋଲ ବ୍ଲକରେ ଦୁଇ ବର୍ଷ ହେଲା କୌଣସି ଜଣେ ମଧ୍ୟ ଛାତ୍ରଛାତ୍ରୀ ଏ – ୧ ଗ୍ରେଡ଼ରେ ଉତ୍‌ତ୍ତୀର୍ଣ୍ଣ ନହେବା ବହୁତ ଦୁଃଖର ବିଷୟ ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ସ୍କୁଲ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍କୁଲ ମାନଙ୍କରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କ ଅଭାବ ପରିପୂରଣ କରି ପାରୁନାହିଁ । ଶିକ୍ଷାଦାନର ଏହି ଅବ୍ୟବସ୍ଥାକୁ ମଧ୍ୟ ଏଡେଇ ଦିଆଯାଇ ନପାରେ । ସ୍କୁଲ ମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶି ପ୍ରାଧାନ୍ୟ ଦେଉଥିବା ବେଳେ ଶିକ୍ଷା ପ୍ରତି ଅବହେଳା ବିଭିନ୍ନ ସ୍କୁଲ ମାନଙ୍କରେ ଦେଖିବାକୁ ମଧ୍ୟ ମିଳୁଛି ବୋଲି ଲୋକେ କହୁଛନ୍ତି । ଏହାର କାରଣ ଶିକ୍ଷକ ମାନଙ୍କ ଠିକ ଭାବେ ଶିକ୍ଷାଦାନ ଅଭାବ ନା ଅଭିଭାବକ ମାନଙ୍କ ପୁଅଝିଅ ମାନଙ୍କ ଶିକ୍ଷା ପ୍ରତି ଘରେ ଅଣଦେଖା କରିବା । ସେ ଯାହା ହେଉନା କାହିଁକି ଲଗାତାର ଦୁଇ ବର୍ଷ ଧରି ବ୍ଲକରେ କେହି ଜଣେ ମଧ୍ୟ ଏ -୧ ଗ୍ରେଡ଼ ନରଖିବା ଅଞ୍ଚଳରେ ସ୍କୁଲ ମାନଙ୍କୁ କେମିତି ଶିକ୍ଷାଦାନ ଦିଆଯାଉଛି ତାହା ପଦାରେ ପଡି ଦାଣ୍ଡରେ ଗଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.