
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ମାଟ୍ରିକ ରିଜଲ୍ଟ ବାହାରିବା ପରେ ଖୁସିର ମାହୋଲ । ବରଗଡ଼ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏ-ୱାନ୍ ଆଣିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି । ବିଦ୍ୟାଳୟର ଛାତ୍ରୀ ବବିତା ରଥ ୯୭.୩୩ ପ୍ରତିଶତ ମାର୍କ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ବରଗଡ଼ ଜିଲ୍ଲାର ୧୬,୯୩୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬,୨୫୩ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ସୂଚନା ମିଳିଛି । ଜିଲ୍ଲାରେ ୪୩ ଜଣ ଛାତ୍ରଛାତ୍ରୀ ଏ-ୱାନ୍, ୩୮୩ ଜଣ ଏ-ଟୁ, ୧୪୭୦ ଜଣ ବି-ୱାନ୍, ୩୧୮୨ ଜଣ ବି-ଟୁ, ୪୪୨୭ ଜଣ ସି ଏବଂ ୪୫୯୮ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓଡ଼ିଆ ବିଭାଗର ୮ ଜଣ ଛାତ୍ରଛାତ୍ରୀ ଏ-ୱାନ୍ରେ ଉତୀର୍ଣ୍ଣ ହୋଇଛନ୍ତି ।