csstore

ଆଇ. ଡି. ଏଲ ମଜଦୂର ସଭା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଡେଟୋନେଟର୍ସ ମଜଦୂର ସଭା ଆନୁକୂଲ୍ୟରେ ବାଲିଯୋଡି ସ୍ଥିତ ଉନ୍ନୟନ କାର୍ଯ୍ୟଳୟ ସମ୍ମୁଖରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ୟୁନୀୟନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ କୁମାର ପରିଡା ଅଧ୍ୟକ୍ଷତା କରି ଥିବାବେଳେ ବିଶିଷ୍ଟ ଶ୍ରମିକ ନେତା ତଥା ସଂଗଠନର ସାଧାରଣ ସମ୍ପାଦକ ଶଶଧର ନାୟକ ହିନ୍ଦ୍ ମଜଦୂର ସଭାର ପତାକା ଉତ୍ତୋଳନ କରି ଶ୍ରମିକ ଦିବସର ତାତ୍ପର୍ଯ୍ୟ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନ କରିଥଲେ । ହିନ୍ଦ୍ ମଜଦୂର ସଭା ରାଜ୍ୟ ସମ୍ପାଦକ ପ୍ରମୋଦ ଦାସ ତାଙ୍କ ବକ୍ତବ୍ୟରେ ସାଂପ୍ରତିକ ପରିସ୍ଥିତିରେ ସର୍ମିକ ସମାଜ ଏକ ହେବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସିଦ୍ଧେଶ୍ୱର ବଳ, ଆନ୍ତର୍ଯ୍ୟମୀ ବେଉରା, । ରବିନ୍ଦ୍ର ନାଥ ବିଶ୍ଵାଳ, ରାମେଶ୍ୱର ନାଗ, ଲକ୍ଷ୍ମଣ ମହାକୁଡ଼, ଗାନ୍ଦଲା ଏକା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିକରିଥଲେ ଶେଷରେ ସମ୍ପାଦକ ପ୍ରଭାତ ନାୟକ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ଶ୍ରମିକ ନେତାମାନେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥଲେ ।

jayashree
Leave A Reply

Your email address will not be published.