jsm

ପୂର୍ଣ୍ଣାରେ କବି ସେଠ ଜୟନ୍ତୀରେ ମତପ୍ରକାଶ : ନାରୀ ସ୍ଵାଧୀନତାର ବାର୍ତ୍ତାବହ ଥିଲେ ଖଗେଶ୍ୱର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାରୀ ପୁରୁଷ ମୁଦ୍ରାର ଦୁଇ ପାର୍ଶ୍ୱ ପରି । ପୁରୁଷ ପରି ନାରୀର ସ୍ଵାଧୀନତା ଏକାନ୍ତ ଜରୁରୀ । ତେଣୁ ଦୂରଦ୍ରଷ୍ଟା କବି ଶେଠ ବିଂଶ ଶତାବ୍ଦୀର ଅର୍ଦ୍ଧ ଶତାବ୍ଦୀରୁ ଏହା ଉପରେ ସେ ସ୍ଵର ଉଠାଇଥିଲେ । ସୁତରାଂ ନାରୀ ସ୍ଵାଧୀନତାର ବାର୍ତ୍ତାବହ ଥିଲେ ସାହିତ୍ୟପ୍ରାଣ କବି ଖଗେଶ୍ୱର ଶେଠ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ କବି ଖଗେଶ୍ୱର ସେଠ ଜୟନ୍ତୀ ସମାରୋହରେ ଅତିଥିଗଣ ଏହି ମତପ୍ରକାଶ କରିଥିଲେ । ଜାରିଂ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ ଆୟୋଜିତ ଏହି ସାରସ୍ୱତ ସମାରୋହକୁ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସାମାଜିକକର୍ମୀ ପଙ୍କଜିନୀ ଦନ୍ତାଙ୍କ ଆବାହକତ୍ଵ ତଥା ପରିଷଦର ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତାରେ ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ସରପଞ୍ଚ ପ୍ରତିନିଧି କର୍ଣ୍ଣ ବିଭାର, ସାମାଜିକକର୍ମୀ ଯୋଗେନ୍ଦ୍ର ପଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କବିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଛାତ୍ରୀ ଦୀପ୍ତିମୟୀ ଗୁରୁ କବିଙ୍କ ନିବେଦନ କବିତା ଆବୃତ୍ତି କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଉପସଭାପତି ହୃଦମଣି ସାହୁ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ, ସଂପାଦକ ରାଜେଶ୍ଵର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଆୟୋଜିତ ସମ୍ବଲପୁରୀ କବିତା ଆସରରେ ଜଗତଜ୍ଜୀବନ ରାମ ଦଣ୍ଡସେନା, ଯୁବରାଜ ଦୀପ, ଯୋଗେଶ୍ୱର ତାଣ୍ଡି, ଜଗନ୍ନାଥ କୁମାର, ବିମଳ ଦଣ୍ଡସେନାଙ୍କ ସମେତ ବହୁ କବି ସାମିଲ୍ ହୋଇଥିଲେ । ପରେ କୁନି କଳାକାରମାନଙ୍କ ଦ୍ଵାରା ମନୋରମ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ସହ ସଂପାଦକ ମକରଧ୍ୱଜ ସାହୁ ସମାରୋହକୁ ସଂଯୋଜନା କରିଥିଲେ । କବି ତୁଳସୀରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.