oom

ଛତ୍ରପୁର ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ସାଇ-ଟିବିର ଶୁଭ ଉଦ୍‌ଘାଟନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଡ଼ା. ସ୍ଵାଧୀନ ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସାଇ-ଟିବି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଡ଼ା. ରଥ ପ୍ରଥମ ଇଞ୍ଜେକସନ ମାଧ୍ୟମରେ ଶୁଭାରମ୍ଭ କରି ଗଞ୍ଜାମ ଜିଲ୍ଲାରେ ଏହା ପ୍ରଥମ ଏବଂ ଛତ୍ରପୁର ବ୍ଲକରେ ଦିନକୁ ୩୦ ହିତାଧିକାରୀଙ୍କ ସାଇ-ଟିବି ପରୀକ୍ଷା କରାଯିବା ଓ ଏହା ପ୍ରାଥମିକ ପର୍ଯ୍ୟାୟରେ ୧୦ ଦିନ ଚାଲିବ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ୧୦୦ ଦିନ ଟିବି କ୍ୟାମ୍ପାଇଂନରେ ଅନେକ ଉପଲବ୍ଧି ପାଇ ଡ଼ା. ରଥ ସାରା ଜିଲ୍ଲାରେ ପ୍ରଶାସନ, ବିଭିନ୍ନ ସଙ୍ଗଠନ ଓ ଜନସାଧାରଣଙ୍କ ଦ୍ଵାରା ପ୍ରଶଂସିତ ହୋଇଛନ୍ତି ଏବଂ ବିଶ୍ୱାସ ରଖିଛନ୍ତି ଯେ ଦେଶ ପ୍ରତ୍ୟେକ ଯୁଦ୍ଧରେ ବିଜୟ ହେବା ସହ ଟିବି ଭଳି ଶତ୍ରୁ ଉପରେ ମଧ୍ୟ ବିଜୟ ଲାଭ କରିବ ଏବଂ ଆମେ ଛତ୍ରପୁର ବ୍ଲକକୁ ଟିବି ମୁକ୍ତ କରି ଏକ ସୁସ୍ଥ ସମାଜ ଆଡ଼କୁ ଏକ ପାଦ ଆଗକୁ ବଢିବା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ପ୍ରଗ୍ରାମ ମ୍ୟାନେଜର ସୀମରଞ୍ଚଳ ପ୍ରଧାନ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ ସାହୁ, ମହିଳା ସ୍ଵାସ୍ଥ୍ୟ କର୍ମୀ ଶର୍ମିଷ୍ଠା ଦାସ, ଲିଲି ଦାସ, ନୟନିକା ପଣ୍ଡା, ପ୍ରଭାତ କୁମାର ପଣ୍ଡା, ସବିତା ବେହେରା, ବେବିରାଣୀ ଦିଦିଙ୍କ ସହ ଟିବି ଚମ୍ପିୟାନ ସମସ୍ତ ଆଶା କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.